ସମ୍ବଲପୁର ବିଶ୍ୱବିଦ୍ୟାଳୟ ବହି ଛପାଇବା ଘଟଣା! : ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦୂରନିରନ୍ତର ଶିକ୍ଷା ବିଭାଗ (ଡିଡିସିଇ)ରେ ୨୦୧୫-୧୬ ଶିକ୍ଷାବର୍ଷରେ ୮ଟି ଅଫ୍‍ କ୍ୟାମ୍ପସ ପାଠ୍ୟକ୍ରମର ୫୦ରୁ କମ ପିଲାଙ୍କ ପାଇଁ ଦେଢକୋଟି ଟଙ୍କାର ବହି ଛପା ହୋଇଛି। ଏହି ମହାଦୁର୍ନୀତି ଘଟଣାକୁ ନେଇ ଶୁକ୍ରବାର ‘ସମ୍ବାଦ’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ ସ୍ତରରେ ତନଘନା ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସପ୍ତାହେ ମଧ୍ୟରେ ଘଟଣା ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରିବାକୁ ଦୂରନିରନ୍ତର ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ଜଣାପଡ଼ିଛି। କେଉଁ ଶିକ୍ଷା ବର୍ଷରେ ଓ କେତେ ବହି ଛପା ଯାଇଛି। ବହି ଛପାଇବା ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟା ନିୟମାନୁସାରେ ହୋଇଛି ନା ନାହିଁ। କେଉଁ ପବ୍ଲିକେସନ୍‍ ଦ୍ଵାରା ଛପା ଯାଇଛି। ଅର୍ଡର ପୂର୍ବରୁ କ୍ରୟ କମିଟିର ଯାଞ୍ଚ ଓ ସିଣ୍ଡିକେଟରେ ଅନୁମୋଦନ ହୋଇଛି ନା ନାହିଁ। ତତ୍କାଳୀନ କୁଳପତି ଏ ସଂପର୍କରେ ଅବଗତ ଥିଲେ ନା ନାହିଁ। ସେସମୟରେ ଦୂରନିରନ୍ତର ଶିକ୍ଷା ବିଭାଗ ନିର୍ଦ୍ଦେଶକ ଦାୟିତ୍ଵରେ କିଏ ଥିଲେ? ବର୍ତ୍ତମାନ ବିଭାଗରେ ଅଫ୍‍ କ୍ୟାମ୍ପସ ପାଠ୍ୟକ୍ରମରେ ଛାତ୍ର ସଂଖ୍ୟା କେତେ ରହିଛି? ଛପା ଯାଇଥିବା ମୋଟ ବହିରୁ କେତେ ବଣ୍ଟା ଯାଇଛି ଓ କେତେ ବାକି ରହିଛି। ଏସବୁ ତଥ୍ୟ ରହିତ ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର