ବିଜେପୁରର୍‌ ନୁଁ ନବୀନବାବୁକେ ଜିତେଇ ଦେମା …..

ୟୁଟ୍ୟୁବ୍‌ରେ ପ୍ରଥମ ସମ୍ବଲପୁରୀ ଷ୍ଟୁଡିଓ ଭର୍ସନ ଭିଡିଓ

କଟକ : ଆମର ଚିହ୍ନା ଶଙ୍ଖ ଚିହ୍ନା…, ନବୀନ୍ ବାବୁକେ ଜିତେଇ ଦେମା….। ଇଥର ତ ବିଜେପୁରନୁ ବିଧାନସଭା କେ ସେ ଯିବେ, ବିଜେପୁରନୁ ତାଙ୍କୁ ଏମେଲେ ବନାମା.. ।

ନବୀନ ବାବୁ କେ କରି ଭର୍‌ସା, ଧଏନ୍‌ ହୋଇଛେ ପଶ୍ଚିମ ଓଡ଼ିଶା …। ତାଙ୍କର ନିର୍ମଲ୍‌ ଭାବ୍‌ମୂର୍ତ୍ତି, ତାଙ୍କର ପଶ୍ଚିମ୍‌ ଓଡିଶା ପ୍ରୀତି, ଲଗେଇ ଦେଲେ ଭାବର୍‌ ବନ୍ଧନ୍‌ ସତେ, ଆମର କୁଟୁମ୍ବର ଜନେ ହେଇ ପୂରା କରିଦେବେ ସବୁ…..। ନବୀନ ବାବୁ କେ କରି ଭର୍‌ସା, ଧଏନ୍‌ ହେଇଛେ ପଶ୍ଚିମ୍‌ ଓଡିଶା …। ବାଛି ଶଙ୍ଖ ଚିହ୍ନା, କେତେ ଭୋଟ୍‌ ହେମା, ଓଡିଶାଥି ଇତିହାସ୍‌ ବନାମା । ନବୀନ ବାବୁକେ ଆମେ ଜିତେଇ ଦେମା। ଏଭଳି ସମ୍ବଲପୁରୀ ଗୀତ ଶୁଣିବାକୁ ମିଳିବ ଶନିବାରଠାରୁ ୟୁଟ୍ୟୁବ୍‌ରେ। ପଶ୍ଚିମ ଓଡିଶାର ସ୍ବନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ କଣ୍ଠରେ କଟକରେ ସରିଛି ଏଭଳି ଷ୍ଟୁଡିଓ ଭରସନ୍‌ ଭିଡିଓର ରେକର୍ଡିଂ । ଯାହାକି ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରଥମ ସମ୍ବଲପୁରୀ ଷ୍ଟୁଡିଓ ଭରସନ୍‌ ଭିଡିଓ ବୋଲି କୁହାଯାଉଛି। ଏଭଳି ସମ୍ବଲପୁରୀ ଷ୍ଟୁଡିଓ ଭରସନ୍‌ ଭିଡିଓ ୟୁଟ୍ୟୁବ୍‌ ସହ ଗାଁ ଗାଁରେ ପ୍ରଚାର କରାଯିବ। ସମ୍ବଲପୁରର ରତନ ପୂଝାରୀଙ୍କ ରଚନା ଓ ଇଂଜିନିୟର ଦେବବ୍ରତ ମିଶ୍ର(ଟୁକୁଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ଏହି ଭିଡିଓ। ପଶ୍ଚିମ ଓଡିଶା ସହିତ ମୁଖ୍ୟମନ୍ତ୍ରୀଙ୍କ ଥିବା ଭାବଗତ ସଂପର୍କକୁ ନେଇ ଏଭଳି ଷ୍ଟୁଡିଓ ଭରସନ୍‌ ଭିଡିଓ ପ୍ରସ୍ତୁତ କରାଯାଇଥିବା ଇଂଜିନିୟର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର