ଏଥର ନିର୍ବାଚନ ଲଢ଼ିବେନି ଧର୍ମେନ୍ଦ୍ର! : ମୋଦୀ ନୁହନ୍ତି, ପୁରୀରୁ ସମ୍ବିତ

୧୪ ଲୋକସଭା, ୧୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ବସନ୍ତ ପଣ୍ଡା ହେଲେ ଲୋକସଭା ପ୍ରାର୍ଥୀ, ବାଦ ପଡିଲେ ସୁବାସ
ଅପରାଜିତା, ବୈଜୟନ୍ତ, ଦାମଙ୍କ ପ୍ରାର୍ଥିତ୍ବକୁ ମୋହର
ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ମିଳିଲା ଗୁରୁତ୍ବ

ଭୁବନେଶ୍ବର : ବର୍ଷେ ଧରି ଗଣମାଧ୍ୟମରେ ତୁହାକୁ ତୁହା ବିେଜପି େନତା ପ୍ରଚାର କଲେ ପୁରୀରୁ ଲଢିବେ ନରେନ୍ଦ୍ର େମାଦୀ। ହେଲେ ଏହା ଯେ ତୁଚ୍ଛା ମିଛ ପ୍ରଚାର ଥିଲା, ତାହା ବିେଜପି ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସ୍ପଷ୍ଟ େହାଇଯାଇଛି। ପୁରୀ ନିର୍ବାଚନମଣ୍ଡଳୀରେ ନିଜେ େଗାଟିଏ ଦିନ ବି ସଭା କରିନଥିବା ରାଷ୍ଟ୍ରୀୟ ପ୍ରଚାରକ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି।

ପ୍ରଶାସକରୁ େନତା ବନିଥିବା ଅପରାଜିତା ମହାନ୍ତିଙ୍କୁ ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବରରେ ପ୍ରାର୍ଥୀ କରାଯାଇଛି। ବିେଜଡି ଛାଡି ବିେଜପି େଡଇଁଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା େକନ୍ଦ୍ରାପଡାରୁ ପ୍ରାର୍ଥୀ େହାଇଛନ୍ତି। ହେଲେ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଗତ ଚାରିବର୍ଷ ଧରି ରାଜ୍ୟ ସଂଗଠନର ମଙ୍ଗ ଧରିଥିଲେ ହେଁ ବର୍ତମାନ ଯାଏ େଯତିକି ଆସନ େଘାଷଣା େହାଇଛି, ସେଥିରେ ତାଙ୍କ ନାମ ନାହିଁ। ସମ୍ଭବତଃ, ଏଥର ଧର୍ମେନ୍ଦ୍ର ପ୍ରାର୍ଥୀ େହବେ ନାହିଁ। ତାଙ୍କର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀ ପାଲଲହଡ଼ାରେ ଅଶୋକ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି।

୧୨୦ ଆସନ ଦଖଲ ସ୍ବପ୍ନ େଦଖିଥିବା ଦଳ ହାତରେ େସତିକି ସଂଖ୍ୟକ ଲଢିବା ଭଳି ପ୍ରାର୍ଥୀ ନଥିଲେ, ଏକଥା ବିଳମ୍ବରେ ହେଲେ ବି ବିେଜପି ଆପେ ସ୍ବୀକାର କରିଛି। ଆମଦାନୀ େନତାଙ୍କୁ ଆଖିବୁଜା ଟିକେଟ୍ ଦେଇଛି ଦଳ। ବିେଜଡି ଓ କେଂଗ୍ରସ ଦଳ ଛାଡି ଆସିଥିବା ପ୍ରାୟ ସବୁ େନତାଙ୍କୁ ପ୍ରାର୍ଥୀ କରାଯାଇଛି।

କୌତୂହଳର କଥା େହଲା, ସବୁଠାରୁ କମ୍ େଭାଟରେ ଗତ ନିର୍ବାଚନରେ ହାରିଥିବା ସୁବାସ ଚୌହାନଙ୍କୁ ବିେଜପି େନତାମାେନ ଆଉ ଥରେ ଏହି ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ କରିବାକୁ ଭରସା କରିପାରିନାହାନ୍ତି। ସେହିଭଳି ସୁରେଶ ପୂଜାରୀଙ୍କୁ ମଧ୍ୟ ସମଦଶା େଭାଗିବାକୁ ପଡିଛି। ଗତ ପାଞ୍ଚବର୍ଷ ଧରି ଯଦିଓ ସୁରେଶ ସମ୍ବଲପୁରରେ ସଂଗଠନ ସଜାଡୁଥିଲେ, ତାଙ୍କୁ ବରଗଡକୁ ନେତୃତ୍ବ େଫରାଇ େନଇଛନ୍ତି। ବିେଜପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସ୍ଥିତି ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ସୂଚାଇ େଦଇଥିଲା। ତାଙ୍କୁ କଳାହାଣ୍ଡି େଲାକସଭା ଆସନ ଲାଗି ପ୍ରାର୍ଥୀ କରାଯାଇଛି ଓ େସଠାରୁ େଲାକସଭା ପ୍ରାର୍ଥୀ େହବା ପାଇଁ ପାଞ୍ଚବର୍ଷ ଧରି ସଂଗଠନ କରୁଥିବା ପ୍ରଦୀପ ନାୟକଙ୍କୁ ଭବାନୀପାଟଣା ବିଧାନସଭା ଆସନରେ ଦଳ ସୀମିତ କରିଦେଇଛି।

ବିେଜଡି ଛା଼ଡି ବିେଜପିକୁ ଆସିିଥିବା ବରିଷ୍ଠ େନତା ଡାକ୍ତର ଦାେମାଦର ରାଉତଙ୍କୁ ଦଳ ତାଙ୍କ ପସନ୍ଦ ମୁତାବକ ଏରସମା ବାଲିକୁଦା ଆସନରୁ ଦଳ ଲଢାଇବାକୁ ନିଷ୍ପତ୍ତି େନଇଛି। ତେବେ ଗୁରୁତ୍ବପୂର୍ଣ୍ଣ େକନ୍ଦ୍ରାପଡା ନିର୍ବାଚନମଣ୍ଡଳୀ େକ୍ଷତ୍ରରେ କିନ୍ତୁ ଦଳ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କୁ ନେଇ ଭିନ୍ନ ଅଙ୍କ କଷୁଥିବାରୁ େସଠାରେ ସବୁ ବିଧାନସଭା ଆସନ ଲାଗି ପ୍ରାର୍ଥୀ େଘାଷଣା କରାଯାଇନାହିଁ।

ବିେଜପିର ୫ ବିଧାୟକ ଯଥା କନକ ବର୍ଦ୍ଧନ ସିଂହଦେଓ, ପ୍ରଦୀପ ପୁରୋହିତ, ରବି ନାରାୟଣ ନାଏକ, ରାଧାରାଣୀ ପଣ୍ଡା ଓ ଗୋବିନ୍ଦ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ବିଧାୟକ ଡାକ୍ତର ବିଭୂତି ହରିଚନ୍ଦନଙ୍କ ଟିକେଟ୍ କଟିଛି। ବିଭୂତିଙ୍କ ପୁତୁରା ଅର୍ଥାତ୍ ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ବୀରାଜଙ୍କୁ ଦଳ ଚିଲିକା ଆସନରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି େନଇଛି। ବିଧାୟକ ଦୁେର୍ଯ୍ୟାଧନ ମାଝୀ ଟିେକଟ୍ ନ ପାଇବା କାରଣରୁ ଇତିମଧ୍ୟରେ ଦଳ ଛାଡି ବିେଜଡିେର େଯାଗଦେଇଛନ୍ତି। ପୂର୍ବରୁ ବିଧାୟକ ଦିଲ୍ଲିପ ରାୟ ବିେଜପି ଛାଡିଥିେଲ। ସେହିଭଳି ବିେଜପି ବିଧାୟକ ନୀତେଶ ଗଙ୍ଗଦେବଙ୍କୁ ଗୁରୁତ୍ବପୂର୍ଣ୍ଣ ସମ୍ବଲପୁର େଲାକସଭା ଆସନରୁ ପ୍ରାର୍ଥୀ କରାଯାଇଛି।

ବିଜେପିର ଅନ୍ୟତମ ହେଭିୱେଟ୍‌ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ବାଲେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ପାଟଣାଗଡ ଓ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ସଙ୍ଗୀତ‌ା ସିଂହଦେଓଙ୍କୁ ପୁଣି ‌ବଲାଙ୍ଗୀର ଲୋକସଭା ଟିକେଟ୍‌ ମିଳିଛି। ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ତାଙ୍କ ପାରମ୍ପରିକ ସିଟ୍‌ ସମ୍ବଲପୁର ବିଧାନସଭା ଆସନ, ମନମୋହନ ସାମଲଙ୍କୁ ଚାନ୍ଦବାଲି, ସମୀର ଦେ ବାରବାଟୀ କଟକରୁ ଲଢ଼ିବେ।

ଉଲ୍ଲେଖଥାଉକି, ବିଜେପି ଦୁଇଟି ପର୍ଯ୍ୟାୟରେ ୧୪ଟି ଲୋକସଭା ଓ ୧୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା େଘାଷଣା କରିଛି।

ସମ୍ବନ୍ଧିତ ଖବର