ଭୁବନେଶ୍ବର : ବରିଷ୍ଠ ନେତା ସମୀର ମହାନ୍ତି ଆଜି ବିଜେପିର ରାଜ୍ୟ ସଭାପତିଭାବେ ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିଲାଗି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମୀର ମହାନ୍ତି ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଏମଏସଏମଇ ଓ ପଶୁପାଳନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ଅରୁଣ ସିଂହ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ଗତକାଲି ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାଞ୍ଚ୍ ବେଳେ ତାଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଘୋଷଣା କରିଥିଲେ।
odishabytes.comସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି ହେଲା ପରେ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଯାଇଛି। ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଦଳ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ। ଦୀର୍ଘ ୧୬ ବର୍ଷରେ ଉପକୂଳ ଓଡ଼ିଶାର ନେତାଙ୍କୁ ସଭାପତି ପଦ ଦିଆଯାଇଥିବାରୁ ରାଜ୍ୟ ରାଜନୀତିରେ ବିଜେପିର ରଣନୀତି ଉପରେ ଏବେ ସବୁ ଦଳର ତୀକ୍ଷ୍ଣ ନଜର ରହିଛି।
ରାଜ୍ୟରେ କଂଗ୍ରେସକୁ ପଛକୁ ଠେଲି ବିଜେପି ମୁଖ୍ୟ ବିରୋଧୀ ଦଳକୁ ଆସିବା ପରେ ସଂଗଠନକୁ ଦୃଢ଼ କରିବାକୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚାଲୁ ରହିଛି। ଉପକୂଳ ଓଡ଼ିଶାରୁ ଶେଷ ଥର ପାଇଁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ମନମୋହନ ସାମଲ ସଭାପତି ଥିଲେ। ତାଙ୍କ ପରେ ପଶ୍ଚିମ ଓଡ଼ିଶା ନେତା ଜୁଏଲ ଓରାମ(ଦୁଇ ଥର), ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ ଓ ବସନ୍ତ ପଣ୍ଡା ୧୬ ବର୍ଷ ଧରି ବିଜେପିର ନେତୃତ୍ବ ନେଉଥିଲେ। ବିଜେପିର ଏହି ଉଦ୍ୟମ ଅନେକାଂଶରେ ସଫଳ ବି ହୋଇଥିଲା, ଯେଉଁଥି ପାଇଁ କି ପଶ୍ଚିମ ଓଡ଼ିଶାରେ ବିଜେପିର ସଂଗଠନ ଉପକୂଳ ଓଡ଼ିଶା ତୁଳନାରେ ଦୃଢ଼ ସ୍ଥିତିରେ ଅଛି।
ଗତ ସାଧାରଣରେ ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ବିଜେପିର ଭୋଟ୍ ଭାଗ ଉପକୂଳ ତୁଳନାରେ ଅଧିକ ଥିଲା। ଆହୁରି ମଧ୍ୟ ବିଜେପି ଏଥର ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି ଓ ବିରୋଧୀ ଦଳ ନେତା ପଦବି ପଶ୍ଚିମ ଓଡ଼ିଶାକୁ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Bjp-Samir-16_Thumb-1-1.jpg)