ସମୃଦ୍ଧ ଜୀବନ ଗ୍ରୁପ ମୁଖ୍ୟଙ୍କ ଜାମିନ ଶୁଣାଣି ଶେଷ

କଟକ : ହାଇକୋର୍ଟରେ ସମୃଦ୍ଧ ଜୀବନ ଗ୍ରୁପ୍‌ ଅଫ କମ୍ପାନି ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ମହେଶ କିଶାନ ମୋଟେୱାରଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ‌େର ଆବେଦନର ଚୂଡାନ୍ତ ଶୁଣାଣି ହୋଇଛି। ସୂଚନା ଯୋଗ୍ୟ ଯେ ମହେଶକୁ ୨୦୧୫ ଡିସେମ୍ବରରେ ମହାରାଷ୍ଟ୍ରର ପୁଣେ ପୁଲିସ ଗିରଫ କରିଥିଲା। ମହେଶ ମୁଖ୍ୟ ଥିବା ସ˚ସ୍ଥା ସାରା ଦେଶରେ ହଜାର ହଜାର ଜମାକାରୀଙ୍କ ୧୫ଶହ କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର