ସନାତନ ମହାକୁଡଙ୍କୁ ଆଗୁଆ ଜାମିନ

କଟକ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଶ୍ରୀ ମହାକୁଡଙ୍କୁ ଦୁଇଟି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ବର୍ଷ ଜାନୁଆରି ମାସରେ ଶ୍ରୀ ମହାକୁଡଙ୍କ ସମର୍ଥକମାନେ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଘେରାଉ କରିବା ସମୟରେ ଗଣ୍ଡଗୋଳ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ବାମେବାରୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଏହି ଦୁଇ ମାମଲାରେ ଆଗୁଆ ଜାମିନ ଲୋଡି ଶ୍ରୀ ମହାକୁଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର