ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହତ

ପୁରୀ : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ପ୍ରବଳ ଜନଗହଳି ହେତୁ ପ୍ରଶଂସକମାନଙ୍କ ଠେଲାପେଲାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତର ହାଡ ମୋଡିହୋଇ ଯାଇଥିବାରୁ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଚିକିତ୍ସା ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣାରୁ ପ୍ରକାଶ ଯେ, କୋଣାର୍କରେ ଚାଲିଥିବା ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ଆଜି ପ୍ରବଳ ଦର୍ଶକ ସମାଗମ ହୋଇଥିଲା। ସେଠାରେ ଉପସ୍ଥିତ ସୁଦର୍ଶନଙ୍କ ସହିତ ତାଙ୍କର ପ୍ରଶଂସକମାନେ ହ୍ୟାଣ୍ଡସେକ୍‌ କରିବା ସହିତ ସେଲ୍‌ଫି ଉଠାଉଥିଲେ। ପ୍ରଶଂସକ ବହୁସଂଖ୍ୟାରେ ହ୍ୟାଣ୍ଡସେକ୍‌ କରୁଥିବା ସମୟରେ ଏହି ଘଟଣା ଘଟିଛି। ଦର୍ଶକମାନେ ବହୁ ସଂଖ୍ୟାରେ ଘେରି ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇ ପାରିନଥିଲା ଫଳରେ ସେ ଏପରି ଘଟଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର