ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଆ ପୁଅଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ଵର: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଓଡିଶା ଶାଖାର ମହାନିରୀକ୍ଷକ ଭାବେ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ କେଶରୀ ମହାନ୍ତି | ଶ୍ରୀ ମହାନ୍ତି ୧୯୮୬ ମସିହାରେ କ୍ୟାଡର ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ | ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ପାଠ ପଢ଼ିସାରିବା ପରେ ଆନ୍ତରିକ ସୁରକ୍ଷା ଏକାଡେମୀରେ ୧୯୮୬ ମସିହାରେ ପ୍ରଶିକ୍ଷଣ ପାଇଥିଲେ | ଏଥିରେ ତାଙ୍କୁ ଉତ୍ତମ ଆଉଟ ଡୋର ପ୍ରଶିକ୍ଷାର୍ଥୀ ଭାବରେ ଘୋଷଣା କରାଯାଇଥିଲା |

ଶ୍ରୀ ମହାନ୍ତି ଭାରତର ପୂର୍ବୋତ୍ତର କ୍ଷେତ୍ରରେ ଅନୁପ୍ରବେଶ ହେଉ, ଜାମ୍ମୁ କାଶ୍ମୀରର ଆତଙ୍କବାଦୀ କ୍ଷେତ୍ର ଅଞ୍ଚଳରେ ସଫଳତାର ସହ ଶତ୍ରୁଙ୍କୁ ମୁକାବିଲା କରିଥିଲେ | ଯୁବ ଅଧିକାରୀ ଭାବେ ତାଙ୍କର ଭଲ କାମ ଯୋଗୁଁ ଭାରତର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ନିରାପତ୍ତା ପାଇଁ ନିୟୋଜିତ କରାଯାଇଥିଲା |

photo-oneindia

୨୦୦୯ ମସିହାରେ ଶ୍ରୀ ମହାନ୍ତିଙ୍କ ଉଲ୍ଲେଖନୀୟ କାମ ପାଇଁ ପୁଲିସ ମେଡାଲ ମଧ୍ୟ ମିଳିଥିଲା | ତେବେ ଭୁବନେଶ୍ୱରରେ ଏବେ ସିଆରପିଏଫର ମହାନିରୀକ୍ଷକ ଭାବେ ନୂଆ ଦାୟିତ୍ୱ ମିଳିଛି | ଏଠାରେ ସୂଚନା ଥାଉ କି ଓଡ଼ିଶାର ନକ୍ସଲ ପ୍ରଭାବିତ ଅଂଚଳ ମାନଙ୍କରେ ସିଆରପିଏଫ ଯବାନମାନେ ମୁତୟନ ଅଛନ୍ତି |

ସମ୍ବନ୍ଧିତ ଖବର