ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଲାଗିଲା ସାନିଟାରି-ନାପକିନ୍‌ ଭେଣ୍ଡିଂ ମେସିନ୍‌

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇସିଓଆର୍‌ଡବ୍ଲୁଡବ୍ଲୁଓ) ପକ୍ଷରୁ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ମହିଳାଙ୍କ ପାଇଁ ସାନିଟାରି-ନାପକିନ୍‌ ଭେଣ୍ଡିଂ ମେସିନ୍‌ ସ୍ଥାପନ କରାଯାଇଛି। ସଂଗଠନର ସଦସ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ମଧୁଲିକା ସିଂହ ଆଜି ଏହି ମେସିନ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ମେସିନ୍‌ରେ ଏକାଥରକେ ୨୫ଟି ସାନିଟାରି-ନାପକିନ୍‌ ମହଜୁଦ୍‌ ରହିପାରିବ। ଆବଶ୍ୟକସ୍ଥଳେ ମହିଳାମାନେ ଏହି ମେସିନ୍‌ରେ ମାତ୍ର ୫ ଟଙ୍କିଆ କଏନ୍‌ପୂରାଇ ସାନିଟାରି-ନାପକିନ୍‌ ପାଇପାରିବେ। ଏହି ଟ୍ରେନ୍‌ଟି ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ବିଭିନ୍ନ ଗ୍ରାମାଞ୍ଚଳ ଦେଇ ଯାଉଥିବାରୁ ଟ୍ରେନ୍‌ରେ ଯାତାୟାତ କରୁଥିବା ଏହି ଅଞ୍ଚଳର ମହିଳାମାନେ ବିଶେଷ ଭାବେ ଉପକୃତ ହେବେ ବୋଲି କୁହାଯାଉଛି। ପୂର୍ବରୁ ଏହିଭଳି ଏକ ଭେଣ୍ଡିଂ ମେସିନ୍‌ ମୁମ୍ବାଇ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ସ୍ଥାପନ କରାଯାଇଥିଲା। ସେହିପରି ପୂର୍ବତଟ ରେଳପଥ ଅଧୀନ ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବିଶାଖାପାଟନମ୍‌ ଓ ବିଜୟନଗରମ୍‌ ଷ୍ଟେସନ୍‌ଗୁଡ଼ିକରେ ସାନିଟାରି-ନାପକିନ୍‌ ଭେଣ୍ଡିଂ ମେସିନ୍‌ ଲଗାଯାଇଛି।

ସମ୍ବନ୍ଧିତ ଖବର