କୋଷାଗୁମୁଡ଼ା ଘଟଣାକୁ ନେଇ ମୁହଁ ଖୋଲିଲେ ସଂଜୟ ଦାସବର୍ମା

ରାୟଗଡ଼ା : ନବରଂଗପୁର ଜିଲ୍ଲା କୋଷାଗୁମୁଡ଼ାରେ ଘଟିଥିବା ଘଟଣା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଅତ୍ୟନ୍ତ ଉଦବେଗପୂର୍ଣ୍ଣ ଏବଂ ଏହା ସମାଜ ପାଇଁ କ୍ଷତିକାରକ। ପୀଡ଼ିତା ଓ ତାଙ୍କ ପରିବାରର ସମ୍ମାନହାନି ନ ହେବା ସହ କିପରି ପୀଡ଼ିତାଙ୍କ ପରିବାକୁ ନ୍ୟାୟ ମିଳିବ ସେଥିପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି। କିନ୍ତୁ ବିରୋଧୀ ଦଳ ରାଜନୈତିକ ଅଭିସନ୍ଧି ରଖି ମୁଁ ଦେଇଥିବା ମନ୍ତବ୍ୟକୁ କଦର୍ଥ କରି ଅପପ୍ରଚାର କରୁଛନ୍ତି। ରାୟଗଡ଼ାସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା। ପୀଡ଼ିତା ପରିବାରକୁ ନ୍ୟାୟ ଦେବା ପାଇଁ ସମସ୍ତେ ଉଦ୍ୟମ କରିବା ସହ ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନ କରିବାକୁ ଶ୍ରୀ ଦାସବର୍ମା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଅନ୍ୟ ଦଳକୁ ଆହ୍ବାନ ଦେଇଛନ୍ତି।

ଶ୍ରୀ ଦାସବର୍ମା କହିଛନ୍ତି, ଗତକାଲି ଭୁବନେଶ୍ବରରେ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ କଦର୍ଥ କରି ଆଜି ବିଭିନ୍ନ ଦଳ ଭୁବନେଶ୍ବରରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ। ସମ୍ମାନର ସହ ସମସ୍ତ ଦଳ ପୀଡ଼ିତା ପରିବାର ପ୍ରତି ସହାୟ ହୋଇ ନ୍ୟାୟ ଦେବାକୁ ଆଗେଇ ଆସିବାକୁ ଦାସବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର