ମହାପ୍ରଭୁଙ୍କ ନୀତି ବିଭ୍ରାଟ ପ୍ରସଂଗ: ଏହା ସୃଷ୍ଟି ପାଇଁ ଏକ ମହାବିପତ୍ତିର ସଂକେତ ବୋଲି କହିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ପୌଷପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ହୋଇଥିବା ବିଶ୍ୱପ୍ରସିଦ୍ଧ ମହୋଦଧି ଆଳତୀ କାର୍ଯ୍ୟକ୍ରମରେ ଯୋଗଦେଇ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ସୋମବାର ସଂଧ୍ୟାରେ ନିଜର୍‌ ଉଦ୍‌ବୋଧନ ଦେଇ ନିକଟ ଅତୀତରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ୧୪ ଘଣ୍ଟା ଧରି ଅଖିଆ, ଅପିଆ ରହିବା ଘଟଣାରେ ନିଜର ମତ ପ୍ରକାଶ କରିଛନ୍ତି। ସେ ମହାପ୍ରଭୁଙ୍କ ଉପାସ ରହିବା ପ୍ରସଂଗରେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି କି, ‘ଏପରି ଭାବେ ୧୪ ଘଣ୍ଟା ଧରି ମହାପ୍ରଭୁଙ୍କୁ ଉପାସ ରଖି ବର୍ଷ ବର୍ଷର ଧର୍ମକୁ ଅପମାନିତ କରାଯାଇଛି। ଶାସନତନ୍ତ୍ର ମହାପ୍ରଭୁଙ୍କୁ ମହାପ୍ରଭୁ ବୋଲି ଭାବୁ ନାହାନ୍ତି। ଏହା ମୋ ଧୈର୍ଯ୍ୟକୁ ବିଚଳିତ କରୁଛି। ଏହା ସୃଷ୍ଟି ପାଇଁ ଏକ ମହାବିପତ୍ତିର ସଂକେତ।’

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୨୭ ତାରିଖରେ ଭିତରଛୁ ମହାପାତ୍ର ସେବାୟତ ଓ ପୁଲିସ୍‌ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ହେତୁ ଦୀର୍ଘ ୧୪ ଘଣ୍ଟା ଧରି ମହାପ୍ରଭୁ ଜଗନ୍ନାଥଙ୍କୁ ଅଖିଆ, ଅପୁଜା ରଖାଯାଇଥିଲା। ପୂର୍ବରୁ କେବେ ବି ହୋଇ ନ ଥିବା ଏପରି ଏକ ବିଭ୍ରାଟ ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଆଘାତ ପାଇଥିଲେ।

ସମ୍ବନ୍ଧିତ ଖବର