କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ କୋଟିଏ ଟଙ୍କା ଦେଲେ ସପ୍ତଗିରି ଉଲାକା

ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସାମଗ୍ରୀ ତାଲିକା ଦେବାକୁ ଦୁଇ ଜିଲ୍ଲାପାଳଙ୍କୁ ଚିଠି

ରାୟଗଡ଼ା : କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି କୋରାପୁଟ ଇଂ. ସପ୍ତଗିରି ଉଲାକା। ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ପାଇଁ ଦରକାର ଥିବା ସାମଗ୍ରୀର ତାଲିକା ତୁରନ୍ତ ଦେବାକୁ ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାଂସଦ।

୨୦୧୯-୨୦ ଆର୍ଥିକ ବର୍ଷର ସାଂସଦ ପାଣ୍ଠିରୁ ଏହି ସହାୟତା ଦେବାକୁ ଘୋଷଣା କରିଛନ୍ତି ସପ୍ତଗିରି। ଉକ୍ତ ଟଙ୍କା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲା ଯାଇଥିବା କରୋନା ହୋମ କ୍ବାରାଣ୍ଟାଇନ କେନ୍ଦ୍ରରେ ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି ସାଂସଦ। ବିଶେଷକରି ଇନଫ୍ରା ରେଡ୍ ଥର୍ମାମିଟର, ପିପିଇ କିଟ୍, କରୋନା ଟେଷ୍ଟିଂ କିଟ୍, ସଙ୍ଗରୋଧ କେନ୍ଦ୍ରରେ ଆଇସିୟୁ ଭେଣ୍ଟିଲେଟର୍ ସୁବିଧା, ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ, ଗ୍ଲୋବ, ସାନିଟାଇଜର୍, ରେଲୱେ ଷ୍ଟେସନ ପ୍ରବେଶ ପଥରେ ଥର୍ମାଲ୍ ସ୍କାନର ଓ କ୍ୟାମେରା ସହିତ ସ୍ବାସ୍ଥ୍ୟ ବିଭାଗ ଅନୁମୋଦିତ କରିଥିବା ସାମଗ୍ରୀ କିଣିବା ଉପରେ ସାଂସଦ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର