ବିବାଦ ମୂଳରେ ସାରଦା ଓ ରୋଜଭ୍ୟାଲି

କୋଲକାତା: ପଶ୍ଚିମ ବଙ୍ଗରେ ଯେଉଁ ଚିଟଫଣ୍ଡ ଦୁର୍ନୀତିକୁ ନେଇ କୋଲକାତାଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ଠଉୁଛି ପଡ଼ୁଛି ତାହା ପଛରେ ଅଛନ୍ତି ଦୁଇ ମୁଖ୍ୟ ଖଳନାୟକ ସଂସ୍ଥା। ସେମାନେ ହେ‌େଲ ସାରଦା ଏବଂ ରୋଜଭ୍ୟାଲି ଚିଟପଣ୍ଡ ସଂସ୍ଥା। କେବଳ ପଶ୍ଚିମ ବଙ୍ଗ ନୁହେଁ ସେମାନେ ଓଡ଼ିଶା ସମେତ ବିହାର, ଆସାମ, ଝାଡ଼ଖଣ୍ଡ ଓ ତ୍ରିପୁରାକୁ ମଧ୍ୟ ଲୁଟି ନେଇଛନ୍ତି। ସେମାନେ ମିଳିମିଶି ଲକ୍ଷ ଲକ୍ଷ ଲୋକଙ୍କ ଠାରୁ ପ୍ରାୟ ୨୦ ହଜାର କୋଟି ଟଙ୍କା ଠକି ନେଇଛନ୍ତି। ୨୦୦ ଘରୋଇ ଚିଟଫଣ୍ଡ ସଂସ୍ଥାକୁ ନେଇ ଗଠିତ ହୋଇଥିଲା ସାରଦା ଗ୍ରୁପ୍। ୧୭ ଲକ୍ଷ ଲୋକଙ୍କଠାରୁ ଏହା ୩୫୦୦ କୋଟି ଟଙ୍କା ଆଦାୟ କରିଥିଲା। ୨୦୧୩ରେ ଏହି କଂପାନୀ ଭୁଶୁଡ଼ି ପଡ଼ିଥିଲା। ସେହିବର୍ଷ ଏହାର ପ୍ରତିଷ୍ଠାତା ଯୋଡ଼ି ସୁଦୀପ୍ତ ସେନ୍ ଏବଂ ଦେବଯାନୀ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା। ବହୁ ସଂଖ୍ୟକ ନେତା, ବ୍ୟବସାୟୀ, ଅଫିସର ଓ ସାମ୍ବାଦିକଙ୍କୁ ଲାଞ୍ଚ ଦେଇଥିବା ସେମାନେ ସ୍ବୀକାର କରିଥିଲେ। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହିତ ଏହି ସଂସ୍ଥାର ଘନିଷ୍ଠତା ଥିବା କୁହାଯାଉଥିଲା। ୨୦୧୪ରେ ସୁପ୍ରିମ କୋର୍ଟ ଏହି ତଦନ୍ତ ଭାର ସିବିଆଇକୁ ଦେଇଥିଲେ। ପଶ୍ଚିମ ବଙ୍ଗ, ଆସାମ, ଦିଲ୍ଲୀ, ୟୁପି ଓ ମହାରାଷ୍ଟ୍ରରେ ଥିବା ସଂସ୍ଥାର ଏକ ହଜାର କୋଟିର ସଂପତ୍ତି ଜବତ କରାଯାଇଥିଲା। ଜବତ ସଂପତ୍ତି ମଧ୍ୟରେ ରହିଥିଲା ଆପାର୍ଟମେଣ୍ଟ, ବଙ୍ଗଳା, ବ୍ୟାଙ୍କ ଜମା, ଜମି, ‌େରସର୍ଟ, ସ୍କୁଲ, ଦୁଗ୍ଧ ଫାର୍ମ ଏବଂ ଅନେକ ଦାମିକିଆ ଯାନବାହନ। ସେହିଭଳି ସବୁଠାରୁ ବଡ଼ ଧରଣର ଠକେଇ ହୋଇଥିଲା ରୋଜଭ୍ୟାଲି ଦୁର୍ନୀତିରେ। ଏହି ସଂସ୍ଥା ପ୍ରାୟ ୧୫ ହଜାର କୋଟି ଟଙ୍କା ଲୁଟିଥିଲା। ଦେଶର ବିଭିନ୍ନ ସ୍ଥାନରେ ଏହାର ୮ଟି ଡିଭିଜନାଲ ଅଫିସ, ୨୧ଟି ଆଞ୍ଚଳିକ ଅଫିସ, ୮୮୦ ଶାଖା, ୨୦ ଲକ୍ଷ ଏଜେଣ୍ଟ, ୨୩ଟି ବଡ଼ ବଡ଼ ହୋଟେଲ, ୩ଟି ବିଳାସପୂର୍ଣ୍ଣ ପାର୍କ ଏବଂ ୪ଟି ଟିଭି ଚାନେଲ ରହିଥିଲା। ଇତିମଧ୍ୟରେ ବିଭିନ୍ନ ସ୍ଥାନରୁ ଏହାର ୨ ହଜାର କୋଟି ଟଙ୍କାର ସଂପତ୍ତି ଜବତ ହୋଇଛି। ଏହାର ପ୍ରତିଷ୍ଠାତା ଶିବମୟ ଦତ୍ତଙ୍କୁ ସିବିଆଇ ଗିରଫ କରିଛି ଏବଂ ସେ ଏବେ ‌େଜଲରେ ଅଛନ୍ତି। ଚିଟଫଣ୍ଡ ମାମଲାରେ ଏସଆଇଟି ପ୍ରଥମେ ଟିଏମସି ‌ବିଧାୟକ କୁନାଲ ଘୋଷଙ୍କୁ ଗିରଫ କରିଥିଲା। ଏହାପରେ ଉକ୍ତ ପାର୍ଟିର ମଦନ ମିତ୍ର ଏବଂ ରଜତ ମଜୁମଦାରଙ୍କୁ ମଧ୍ୟ ଗିରଫ କରିଛି। ଏହାର ଯାଞ୍ଚ ପାଇଁ ରାଜ୍ୟ ସରକାର ଯେଉଁ ଏସଆଇଟି ଗଠନ କରିଥିଲେ ତାହାର ଅଧ୍ୟକ୍ଷ ଥିଲେ ରାଜୀବ କୁମାର।

ସମ୍ବନ୍ଧିତ ଖବର