ସାରଥୀ ସତ୍‌ସଙ୍ଗକୁ ନେଇ ଉତ୍ତେଜନା

ରାଜକନିକା : ବିବାଦୀୟ ବାବା ସାରଥୀଙ୍କ ଭକ୍ତଙ୍କ ପକ୍ଷରୁ ସତ୍‌ସଙ୍ଗ ଆୟୋଜନକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ସାରଥୀ ବାବାଙ୍କ ଭକ୍ତ ବୋଲାଉଥିବା କିଛି ଲୋକ ଆଜି ଏଠାରେ ସତ୍‌ସଙ୍ଗ ଆୟୋଜନ କରିଥିଲେ। ତେବେ ଗ୍ରାମର ଯୁବକମାନେ ଏହାର ବିରୋଧ କରିବା ସହ ସତସଙ୍ଗ ସ୍ଥଳରେ ଭଙ୍ଗାରୁଜା କରିଥିଲେ। ଆୟୋଜକଙ୍କ ବିରୋଧରେ ସେମାନେ ଥାନାରେ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିିଛି। ଆଜି ସନ୍ଧ୍ୟାରେ ଗଞ୍ଜା ଗ୍ରାମରେ ସାରଥୀ ଭକ୍ତ ଅନାମ ଦାସ(ବିଷ୍ଣୁ ଦାସ) ତାଙ୍କ ପୁଅର ଜନ୍ମଦିନ ପାଳନ ଅବସରରେ ବିଭିନ୍ନ ଅଞ୍ଚଳରେ ଥିବା ସାରଥୀ ଭକ୍ତମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ସେ ଏକ ସତସଙ୍ଗର ଆୟୋଜନ କରିଥିଲେ। ତେବେ ଏହି ସତ୍‌ସଙ୍ଗକୁ ଗ୍ରାମବାସୀ ବିରୋଧ କରିଥିଲେ। ସରପଞ୍ଚ ଏ ବାବଦରେ କିଛି ଜାଣି ନ ଥିବା କହିବାରୁ ଗ୍ରାମର ଯୁବକମାନେ ସତସଙ୍ଗ ସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ପୁଲିସ୍‌ ପହଞ୍ଚ ସତସଙ୍ଗ ବନ୍ଦ କରିବା ସହ ଉତ୍ତ୍ୟକ୍ତ ଯୁବକଙ୍କୁ ବୁଝାସୁଝା କରିଥିଲେ। ଗ୍ରାମବାସୀ ଏ ନେଇ ଅନାମଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର