ବଲାଙ୍ଗୀର: ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିବା ମାମଲାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ପାଟଣାଗଡ଼ ସବଜେଲକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ଯାଏ ପାଟଣାଗଡ଼ ସବ୍ଜେଲ୍କୁ ପଠାଇଛନ୍ତି କୋର୍ଟ। ପାଟଣାଗଡ଼ରେ ଓକିଲ ସଂଘ ପକ୍ଷରୁ ଧର୍ମଘଟ ଚାଲିଥିବା ଯୋଗୁଁ ତାଙ୍କର ଜାମିନ୍ ହୋଇପାରି ନ ଥିବା କୁହାଯାଉଛି ।
ସୋମବାର ସକାଳେ ପୁଲିସ ବିଧାୟକଙ୍କୁ ନୂଆପଡ଼ାରୁ ଆଣି ଅଟକ ରଖି ପଚରାଉଚରା କରିବା ଖବର ଆସିଥିଲା। ଏହାପରେ ବିଧାୟକଙ୍କୁ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା ଓ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଜି ତାଙ୍କୁ ପୁଲିସ ଗିରଫ କରିଥିଲା । ତା’ପରେ ପାଟଣାଗଡ଼ ଏଡିଜେଙ୍କ ବାସଭବନରେ ସରୋଜ ମେହେରଙ୍କୁ ପୁଲିସ ହାଜର କରିଥିଲା।
/sambad/media/post_attachments/wp-content/uploads/2019/06/saroj-meher-1.jpg)
ଏଠାରେ ସୂଚନାଯୋଗ୍ୟ ଯେ ଜୁନ୍ ୫ ତାରିଖରେ ନିମ୍ନମାନର ରାସ୍ତା କାମ କରିଥିବା ଅଭିଯୋଗରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ପାଟଣାଗଡ଼ ବିଧାୟକ । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିବା ପରେ ରାସ୍ତାରୁ ପିଚୁ ଉଠିଯାଉଥିଲା । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ୍ କରାଇଥିଲେ । ଏହାକୁ ନେଇ ଜୁନ୍ ୬ରେ ଜୟକାନ୍ତ ଶବରଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/MLA-Saroj-Meher-Jailed_Thumbnail.jpg)