ସରପଞ୍ଚ ମହାସଂଘ ଧାରଣା ସ୍ଥଗିତ

ଭୁବନେଶ୍ବର : ୧୧ ଦଫା ଦାବି ନେଇ ଗତ ୪ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିବା ସରପଞ୍ଚ ମହାସଂଘ ଧାରଣାକୁ ସ୍ଥଗିତ ରଖିଛି। ଦାବି ଉପରେ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରତିଶ୍ରୁତି ଦେବା ପରେ ସଂଘ ଧାରଣାକୁ ସ୍ଥଗିତ ରଖିଥିବା ସମ୍ପାଦକ ନରେନ୍ଦ୍ର ସିଂ ସୂଚନା ଦେଇଛନ୍ତି।

ମାସିକ ଦରମା ୧୮ହଜାର ଟଙ୍କାକୁ ବୃଦ୍ଧି, ଅନାସ୍ଥା ପ୍ରସ୍ତାବ ହଟାଇବା, ପେନ୍‌ସନ ଲାଗୁକରିବା, ସ୍ବାସ୍ଥ୍ୟ ବୀମା, ସାମାଜିକ ସୁରକ୍ଷା ପ୍ରଦାନ କରିବା, ୨୯ଗୋଟି ବିଭାଗକୁ ପଞ୍ଚାୟତକୁ ହସ୍ତାନ୍ତର କରିବା ଆଦି ୧୧ଦଫା ଦାବି ନେଇ ସଂଘ ୪ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲା। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର