୫ରେ ସରପଞ୍ଚ ମହାସଂଘର ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ସରପଞ୍ଚ ମହାସଂଘ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବ। ମହାସଂଘର ରାଜ୍ୟ ସଭାନେତ୍ରୀ ପୁଷ୍ପା ନାଏକଙ୍କ ନେତୃତ୍ୱରେ ପରିଷଦର ସଦସ୍ୟମାନେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଏକ ପଟୁଆରରେ ବାହାରି ବିଧାନସଭା ଯିବେ। ରାଜ୍ୟର ୬୮୦୨ଜଣ ସରପଞ୍ଚ ଏହି ବିକ୍ଷୋଭରେ ଯୋଗ ଦେବା ସହ ୮ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ ଏବଂ ରାଜ୍ୟ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରିବେ ବୋଲି ମହାସଂଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ରାଜ୍ୟ ଆବାହକ ଦିଗମ୍ବର ଜେନାଙ୍କ ସମେତ ଅଖିଳ ଚନ୍ଦ୍ର ନାଏକ, ପଙ୍କଜ ସାହୁ, ପ୍ରକାଶ ଚନ୍ଦ୍ର ଧଳ, ଶେଷଦେବ ପ୍ରଧାନ, ଭଗବାନ ମୁଦୁଲି, ଜୋହନ ଦଳବେହେରା, ସୂର୍ଯ୍ୟ ରନ୍ଧାରି, ନାରାୟଣ ପ୍ରଧାନ, ବଳଦେବ କଅଁର, ବିଜୟ ପ୍ରଧାନ, ଅକ୍ଷୟ ପାଣି, ମନୋଜ ବେହେରା, ଦିଗମ୍ବର ସିକାତା, ପ୍ରଦୀପ ବିଶ୍ୱାଳ, ବାବାଜୀ ସ୍ୱାଇଁ, ନିର୍ମଳ ସାମଲ, କଳ୍ପନା ମାର୍ଣ୍ଡି, ଅହଲ୍ୟା ଲାକ୍ରା, କସ୍ତୁରୀ ଓରାମ, ରାଏମୂର୍ତି ମାଝୀ, ସେଲାର ବାସ୍କେ, ମହେନ୍ଦ୍ର ସିଂହ, ପ୍ରଫୁଲ୍ଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର