ଅଗ୍ରାଧିକାର ଭିିତ୍ତିରେ ନିଯୁକ୍ତ ନିରୀକ୍ଷକଙ୍କ ପୂର୍ବ କାର୍ଯ୍ୟକାଳ ବିଚାରକୁ ନେଇ ଅବସରକାଳୀନ ସୁବିଧା ଦିଅ: ସ୍ୟାଟ୍‌

କଟକ : କୋ-ଅପରେଟିଭ ସୋସାଇଟି ଅଧିନରେ ଦୀର୍ଘ ବର୍ଷ କାର୍ଯ୍ୟ କରି ସରକାରଙ୍କ ଅଧିନରେ ସମବାୟ ସମିତି ନିରୀକ୍ଷକ ପଦବିରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସମୟରେ ସେମାନଙ୍କ ମୂଳ ଚାକିରି କାର୍ଯ୍ୟକାଳ ମଧ୍ୟ ବିଚାରକୁ ନିଆଯିବ ବୋଲି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ନିର୍ଦ୍ଦେଶ ଦେଇଛନ୍ତି। ସମବାୟ ସମିତି ନିରୀକ୍ଷକ ଭାବେ ଚାକିରି ପାଇଥିବା ଏଭଳି କର୍ମଚାରୀ ପୂର୍ବରୁ କୋ-ଅପରେଟିଭ୍‌ ସୋସାଇଟି ଅଧିନରେ କାର୍ଯ୍ୟ କରିଥିବା ଅବଧିକୁ ସରକାର ବିଚାରକୁ ନେଇ ଅବସରକାଳୀନ ସବୁଧା ସୁଯୋଗ ପ୍ରଦାନ କରିବେ ବୋଲି ସ୍ୟାଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ସ୍ୟାଟ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ବି.କେ.ଦଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ସତ୍ୟଜିତ ବେହେରା ତାଙ୍କ ସହାୟତା କରୁଥିଲେ। ସ୍ୟାଟଙ୍କ ଏପରି ରାୟ ପରେ ଶତାଧିକ ନିରୀକ୍ଷକ ଉପକୃତ ହେବେ।

ସମ୍ବନ୍ଧିତ ଖବର