ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣାରେ ମିଳିବ ଚିକିତ୍ସା ସୁବିଧା, ବିନା ମୂଲ୍ୟରେ ମିିଳିବ ରକ୍ତ

ଭୁବନେଶଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି ପୁଣି ବୃଦ୍ଧି ପାଇଛି। ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ଉଭୟ ବିପିଏଲ ଏବଂ ଏପିଏଲ ଶ୍ରେଣୀର ଲୋକ ଏଥିରୁ ଉପକୃତ ହୋଇପାରିବେ। ୨୦୧୯ ଫେବ୍ରୁଆରି ୧ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ସେହିଭଳି ବ୍ଲଡ ବ୍ୟାଙ୍କ ଗୁଡିକରେ ମଧ୍ୟ ବିନା କୈାଣସି ମୂଲ୍ୟରେ ସୁବିଧାରେ ଉଭୟ ଏପିଏଲ ଓ ବିପିଏଲ ଶ୍ରେଣୀର ଲୋକ ରକ୍ତ ପାଇ ପାରିବେ।

ପୂର୍ବରୁ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ସେବା ଗ୍ରାମାଞ୍ଚଳରେ ସବ ସେଣ୍ଟରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୧୦୦ କୋଟିର ବୋଝ ପଡିବ । ଅଗଷ୍ଟ ୧୫, ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନା ଆରମ୍ଭର ୫ ମାସ ମଧ୍ୟରେ ୨.୨୫ କୋଟି ଥର ସ୍ୱାସ୍ଥ୍ୟ ସେବା ସୁବିଧାର ଫାଇଦା ଲୋକେ ଉଠାଇଛନ୍ତି।

ସେହିଭଳି ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲରୁ ଆରମ୍ଭ କରି ସରକାରୀ ହସ୍ପିଟାଲ ପର୍ଯ୍ୟନ୍ତ ୭୦ ଲକ୍ଷ ପରିବାର ଯୋଜନା ଫଳରେ ଉପକୃତ ହେଉଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହାକୁ ୭ ଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।

ସମ୍ବନ୍ଧିତ ଖବର