ଚୌଦ୍ୱାର-ଗୁରୁଡ଼ିଝାଟିଆ : ପୁରୁଷ କିପରି ମଦ ନ ପିଇବେ ସେଥିପାଇଁ ମହିଳାମାନେ ବ୍ରତ କରିବାର ଆବଶ୍ୟକତା ରହିଛି ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଠଗଡ଼ ନିର୍ବାଚନମଣ୍ଡଳୀ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କଖଡ଼ିକୁ ନିଶାମୁକ୍ତ ପଞ୍ଚାୟତ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ମହାତ୍ମାଗାନ୍ଧୀଙ୍କ ସ୍ମୃତିପୀଠରେ ଅନୁଷ୍ଠିତ ସତ୍ୟାଗ୍ରହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏଭଳି ମତବ୍ୟକ୍ତ କରିବା ସହିତ ସମସ୍ତେ ସଚେତନ ହେଲେ ନିଶାମୁକ୍ତ ପଞ୍ଚାୟତ ଗଠନ ସମ୍ଭବ ହୋଇପାରିବ ବୋଲି କହିଛନ୍ତି। କଖଡ଼ିରୁ ଏହାର ଖଡ଼ିଛୁଆଁ ହେଲା। ଏହି ପଞ୍ଚାୟତର ପ୍ରତ୍ୟେକ ଭଉଣୀ ଆଗକୁ ଥିବା ଗହ୍ମାପୂର୍ଣ୍ଣିମାରେ ଭାଇର ହାତରେ ରାକ୍ଷୀ ବାନ୍ଧିବା ବେଳେ ମଦ ନ ପିଇବା ପାଇଁ ମୁଣ୍ଡ ଛୁଆଇଁବା ପାଇଁ ପଣ କଲେ ତା’ର ବାର୍ତ୍ତା ସାରା ରାଜ୍ୟରେ ପହଞ୍ଚପାରିବ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ପଞ୍ଚାୟତବାସୀ ଏକ ଶୋଭାଯାତ୍ରାରେ ଘାଟକୂଳରୁ ବାହାରି ସତ୍ୟାଗ୍ରହସ୍ଥଳୀରେ ପହଞ୍ଚଥିଲେ। ପୂର୍ବତନ ସରପଞ୍ଚ ଭାଗିରଥୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ମିଳିତ ନିଶା ନିବାରଣ ଅଭିଯାନର ରାଜ୍ୟ ସଂଯୋଜିକା ଅପର୍ଣ୍ଣା ନାୟକ ଯୋଗ ଦେଇ ମହିଳାମାନେ ଦୁର୍ଗାରୂପ ଧାରଣ କଲେ ମଦ ରାକ୍ଷସର ମୃତ୍ୟୁ ହୋଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀ ସଭାପତି ଆଦିତ୍ୟ ପାତ୍ର, ନିଶାନିବାରଣ ନେତା ରବୀନ୍ଦ୍ରନାଥ ସାହୁ, ମିଳିତ ନିଶାନିବାରଣ ଅଭିଯାନ ସଦସ୍ୟ ରଶ୍ମୀ ମହାନ୍ତି, ବାଣୀ ଦାସ, ମୁରବି ତ୍ରିଲୋଚନ ସାହୁ, ମାୟାଧର ଦଳାଇ, ସମିତି ସଭ୍ୟ ବିଚିତ୍ରାନନ୍ଦ ସେଠୀ, ବେଣୁଧର ମହାନ୍ତି, ଦୀପିକା ମୁଦୁଲି, ପ୍ରମିଳା ଦାସ, ସଂଯୁକ୍ତା ଛତାର, ଜ୍ୟୋତ୍ସ୍ନାରାଣୀ ମହାନ୍ତି, ନିଆସା ମହାନ୍ତି, ସଂଯୁକ୍ତା ମହାନ୍ତି, ଶରତ ଚନ୍ଦ୍ର ପ୍ରଧାନ, ବାମଦେବ ସୂତାର, ବସନ୍ତ କୁମାର ବେହେରା, ପ୍ରବେଶ ସାହୁ, ରଞ୍ଜନ ମୁଦୁଲି, ରୀନା ନାୟକ, ପବିତ୍ର ନାୟକ, ସୁବ୍ରତ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ସଲିଳ ମହାନ୍ତି, ରୀତା ନାୟକ, ଯୋଗମାୟା ମହାରଣା, ପ୍ରକାଶ ମୁଦୁଲି ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।
ଗଲା ୧୦ ତାରିଖରେ ଘଟିଥିବା ଏକ ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ ଦାବି ଏବଂ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍ ମହିଳାଙ୍କୁ ପୁଲିସ୍ ପରୋକ୍ଷରେ ଭୟ ଦେଖାଇବା ଘଟଣାକୁ ନେଇ ବସ୍ତିବାସିନ୍ଦାଙ୍କ ପକ୍ଷରୁ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।