ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା! ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ କସରତ ଆରମ୍ଭ; ବିବାଦୀୟ ନେତାଙ୍କ ପାଳି ଏହି ପର୍ଯ୍ୟାୟରେ

ବିଜେଡିରେ କମ୍ପନ, ଚାପରେ ‌ନେତୃତ୍ବ

0

ଭୁବନେଶ୍ବର: କାହାକୁ ମିଳିବ ଟିକେଟ? କିଏ ବାଦ ପଡିବ? ଚିଟଫଣ୍ଡରେ ସାମିଲ ଥିବା େନତାଙ୍କୁ ଟିକେଟ୍ ମିଳିବ କି? ଯେଉଁ ମାେନ େଜଲ୍ ଯାଇଛନ୍ତି କେବଳ ସେମାନଙ୍କ ଟିକେଟ୍ କଟିବ ନା େନାଟିସ ପାଇଥିଲେ ବି ଟିକେଟ୍ କାଟିଦିଆଯିବ? େଯଉଁମାନଙ୍କୁ ସିବିଆଇ ଜେରା କରିସାରିଛି, ତାଙ୍କ ଟିକେଟ୍ କଟିବନି?

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନବୀନ ନିବାସରେ ମୁଖିଆ ନବୀନ ପଟ୍ଟନାୟକ କସରତ ଆରମ୍ଭ କରିବା ପରେ ଏମିତି ପୁଳା ପୁଳା ପ୍ରଶ୍ନ ଏବେ ବିଜେଡି ଶିବିରରେ ଆଲୋଡନ ସୃଷ୍ଟି କଲାଣି। ଏସବୁ େନତାଙ୍କୁ ଟିକେଟ୍ ମିଳିବ କି ନାହିଁ, କର୍ମୀ ଦ୍ବନ୍ଦ୍ବରେ, େଭାଟର ବି। ସେପଟେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଜେଡି େନତାମାେନ ଚିଟଫଣ୍ଡ ଜାଲରେ ଛନ୍ଦି େହାଇଥିବା କାରଣରୁ ଏହି ଦୁଇ ପର୍ଯ୍ୟାୟ ଟିେକଟ୍ ଆବଣ୍ଟନ ପ୍ରକ୍ରିୟାରେ ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରାଯିବ ସେ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ମୁଖିଆ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େସାମବାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୯ େଲାକସଭା ଏବଂ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ େଘାଷଣା କରିଛନ୍ତି। ଦଳୀୟ କନ୍ଦଳ ଏଭଳି ସ୍ଥିତିରେ ଅଛି େଯ ଏହି ଦୁଇ ପର୍ଯ୍ୟାୟର ଆହୁରି ୯ଟି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା େଘାଷଣା େହାଇପାରିନାହିଁ। କନ୍ଧମାଳଠାରୁ ସୁନ୍ଦରଗଡ, କଳାହାଣ୍ଡି ଠାରୁ ମାଲକାନଗିରି ଯାଏ ସବୁଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକାଧିକ େନତା ଦଳ ଛାଡିସାରିଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷର ମଙ୍ଗ ଧରିବାକୁ ଯାଇ ଆଜି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ମୁଆଁ ଧରାଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାରଳାଖେମୁଣ୍ଡିର ଅସନ୍ତୁଷ୍ଟ େନତା କେ ନାରାୟଣ ରାଓଙ୍କୁ ତୁରନ୍ତ ଭୁବନେଶ୍ବର ଆସି ଆେଲାଚନା କରିବା ଲାଗି କୁହାଯାଇଛି।

ଏମିତି ସ୍ଥିତିରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ବିେଜଡି ପାଇଁ ଏକ ମୁଣ୍ଡବିନ୍ଧାର କାରଣ େହଲାଣି। କାରଣ େଯଉଁ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ପାଞ୍ଚ ବର୍ଷ ଶାସନରେ ସବୁଠାରୁ ହଲାପଟାର ଶିକାର େହାଇଛନ୍ତି ବା ତାଙ୍କ ଭାବମୂର୍ତି ବାଜିରେ ଲାଗିଛି,ତାହା େହଉଛି ଚିଟଫଣ୍ଡ ମହାଠକେଇ। ଏହି ପ୍ରସଙ୍ଗକୁ ଆୟୁଧ କରି େକନ୍ଦ୍ର ମଧ୍ୟ ରାଜ୍ୟ ସହିତ ଅନେକ ସମୟରେ ମୂଲଚାଲ କରିଥିବା ଅଭିେଯାଗ େହାଇଛି। ଏବେ ରାଜ୍ୟବାସୀ ଅପେକ୍ଷା କରିଛନ୍ତି, ସବୁଠାରୁ ସମ୍ବେଦନଶୀଳ ଏହି ପ୍ରସଙ୍ଗରେ ମୁଖିଆ କି ଆଭିମୁଖ୍ୟ ଗ୍ରହଣ କରିବେ? କେବଳ ଗିରଫ େହାଇଥିବା େନତାଙ୍କ ଟିକେଟ୍ କଟାଯିବ ନା ପଚରା ଉଚରା େହାଇଥିଲେ ବି ନବୀନ ଟିକେଟ୍ ଦେବେନି। ଯାହାକୁ ନୋଟିସ େହାଇଥିବ, ସେମାନଙ୍କ େକ୍ଷତ୍ରରେ ଦଳ ସମାନ ନିଷ୍ପତ୍ତି େନବ ନା ଅଲଗା? ସର୍ବୋପରି େଯଉଁ େନତାମାନଙ୍କ ନାମ ଏହି ମହାଠକେଇରେ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି, ସେମାନଙ୍କୁ ଟିକେଟ୍ ଦେଇ ନବୀନ କଣ ପୁଣି ନିନ୍ଦା େଗାଟାଇବାକୁ ଚାହିଁବେ?

ଉଲ୍ଲେଖଯୋଗ୍ୟ, ନବଦିଗନ୍ତ ଚିଟଫଣ୍ଡ ଠକେଇ ଘଟଣାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ଗିରଫ କରିଥିଲା। ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ବି ଗିରଫ େହାଇଥିଲେ। ଏହି ଦୁଇଜଣଙ୍କ ସହିତ ବିେଜଡି ଆପାତତଃ ସଂପର୍କ ଛିନ୍ନ କରିସାରିଲେଣି। ସେମାନଙ୍କୁ ଟିକେଟ୍ ଦେବନାହିଁ। ସେହିପରି ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ବିଧାୟକ ପ୍ରଭାତ ତ୍ରିପାଠୀ ଗିରଫ େହାଇଥିଲେ। ସେ ଏବେ ଜାମିନରେ ଅଛନ୍ତି। ସଂଜୟ ଦାସବର୍ମାଙ୍କୁ ପାଜେରୋ ପ୍ରସଙ୍ଗରେ ସିବିଆଇ େନାଟିସ କରିଥିଲା। ବିଧାୟକ ପ୍ରଣବ ବଳବନ୍ତରାୟକୁ ଡାକି ସିବିଆଇ ଜେରା କରିଥିଲା ଓ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅକୁ ବି। କେବଳ ସେତିକି ନୁେହଁ, ସିସୋର ଚିଟଫଣ୍ଡ ଘଟଣାରେ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ସିବିଆଇ ଗିରଫ କରିଥିଲା। ସେ ଜାମିନରେ ଅଛନ୍ତି। ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ଇତିମଧ୍ୟରେ ସିବିଆଇ େନାଟିସ କରିଛି। ଉଭୟ େନତା ଏଯାଏ ହାଜର େହାଇନାହାନ୍ତି। ସେହିପରି କଟକର ଅନ୍ୟତମ ଟାଣୁଆ େନତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ସଂପର୍କୀୟଙ୍କୁ ସିବିଆଇ ଡାକି ଜେରା କରିସାରିଛି। ସାଂସଦ ରବୀନ୍ଦ୍ର େଜନା ବି ଜେରା େହାଇଛନ୍ତି। ଶ୍ରୀ େଜନାଙ୍କୁ ଆଗୁଆ ଜାମିନ ମିଳିଛି।

ବିଜେଡିର ଶୀର୍ଷସ୍ତରରୁ ମିଳିଥିବା ସୂଚନାକୁ ବିଶ୍ବାସ କରାଗଲେ, ରାମଚନ୍ଦ୍ର ହାଁସଦାଙ୍କ ଭଳି ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ବାଳଙ୍କୁ ବି ଟିକେଟ ନ ମିଳିପାରେ। ଏପରିସ୍ଥଳେ େଯଉଁମାନଙ୍କୁ େନାଟିସ େହାଇଛି, େଜରାର ସାମ୍ନା କରିଛନ୍ତି, ସେ କ୍ଷେତ୍ରରେ େନତୃତ୍ବର ମାପକାଠି ଟି କଣ? ସେମାନଙ୍କୁ ଟିକେଟ ମିଳିବ ନା ନବୀନ ନିଜର ଭାବମୂର୍ତିକୁ ସ୍ବଚ୍ଛ ରଖିବା ଲାଗି ଏମାନଙ୍କ େକ୍ଷତ୍ରରେ କଠୋର ନିଷ୍ପତ୍ତି ଶୁଣାଇବେ? କୌତୂହଳର କଥା େହଉଛି, ଏତେ ସବୁ ପରେ ବି ସିମୁଳିଆ ଆସନରେ ବିଜେଡି ଚିଟଫଣ୍ଡ ଠକେଇ ଘଟଣାରେ ଜେରାର ସାମ୍ନା କରିଥିବା ଶଶୀଭୂଷଣ ସାହୁଙ୍କୁ ଦଳକୁ ଆଣିଛି। ତାଙ୍କୁ ଟିେକଟ ଦେବାକୁ େଗାଟିଏ େଗାଷ୍ଠୀ ଚାପ ସୃଷ୍ଟି କରୁଛନ୍ତି। େଯତେବେଳେ ଦଳର କିଛି େନତାଙ୍କୁ ସମାନ ଅଭିେଯାଗରେ େନତୃତ୍ବ ଟିକେଟ୍ କାଟିବାକୁ ବିଚାର କରୁଛନ୍ତି, େସତେବେଳେ ଏଭଳି ବିବାଦୀୟ େନତାଙ୍କୁ ଆଣିବା ଦ୍ବାରା ଦଳର ଭାବମୂର୍ତି ବାଜିରେ ଲାଗୁଛି େବାଲି ଅନ୍ୟ େଗାଟିଏ ମହଲରେ ମତ ପ୍ରକାଶ ପାଇଲାଣି। ଏବେ ସମସ୍ତଙ୍କ ନଜର ନେତୃତ୍ବ ଉପରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.