ସର୍ବୋଚ୍ଚ ନ୍ୟାୟାଳୟରେ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ କାଏମ

ନୂଆଦିଲ୍ଲୀ: ସୁନ୍ଦରଗଡ଼ ବିଧାୟକ ତଥା କଂଗ୍ରେସ ନେତା ଯୋଗେଶ ସିଂହଙ୍କ ବିଧାନସଭା ସଭ୍ୟପଦକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଫଳରେ ଶ୍ରୀ ସିଂହ ବିଧରାକଭାବେ ବିଧାନସଭାର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ।


ସୂଚନାଯୋଗ୍ୟ ଯେ ଭୁଲ ଜାତିଗତ ପ୍ରମାଣ ପତ୍ର ଜରିଆରେ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିିକେଟରେ ନିର୍ବାଚନ ଲଢ଼ି ଯୋଗେଶ ସିଂହ ବିଜୟୀ ହୋଇଛନ୍ତି ବୋଲି ସହଦେବ ଖାଖା ଓ ଅଜୟ ପଟେଲ ଓଡ଼ିଶା ହାଇକୋର୍ଟରେ ତାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ କରିଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ ବିକେ ନାୟକଙ୍କୁ ନେଇ ଗଠିତ ସିଙ୍ଗଲ ବେଞ୍ଚ କୋର୍ଟ ମାମଲାର ଶୁଣାଣୀ କରି ଓ ବିଭିନ୍ନ ସାକ୍ଷ ପ୍ରମାଣକୁ ଭିତ୍ତି କରି ଶ୍ରୀ ସିଂହଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ। ଏ ନେଇ ବିଧାୟକ ଶ୍ରୀ ସିଂହ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ। ଶ୍ରୀ ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିିମ କୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଚାହିଁଥିଲେ। ମାତ୍ର ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ କେ ସିକ୍ରିି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସିବଳଙ୍କ ଆବେଦନର ଶୁଣାଣି କରି କହିଥିଲେ ଯେ ଏହି ମାମଲାର ଶୁଣାଣି ଜରୁରିି। ତେଣୁ ଶ୍ରୀ ସିଂହଙ୍କୁ ସାମୟିକ ଆଶ୍ୱସ୍ତି ଦେଇ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଶ୍ରୀ ସିଂହଙ୍କ ବିଧାୟକ ପଦବିକୁ କାଏମ ରଖିଛନ୍ତି। ଏତଦ୍‌ବ୍ୟତୀତ ମାମଲାର ପ୍ରତିପକ୍ଷ ସହଦେବ ଖାଖା ଓ ଅଜୟ ପଟେଲଙ୍କ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର