ଭାଷା ପ୍ରୟୋଗଶାଳା ନାଁରେ କେଳେଙ୍କାରୀ 

ସରକାରଙ୍କୁ ବିଭ୍ରାନ୍ତ କଲେ, ବିନା ଟେଣ୍ଡରରେ ଟେକି ଦିଆଗଲା କାମ
କେନ୍ଦ୍ରୀୟ ସଂସ୍ଥା କହି ଲକ୍ଷ ଲକ୍ଷ ଟଙ୍କାର ଟିକସ ବି ଛାଡ଼ିଦେଲେ
ତତ୍କାଳୀନ ଉଚ୍ଚଶିକ୍ଷା ସଚିବ ଗଗନ ଧଳଙ୍କ ଆଡକୁ ସିଏଜିଙ୍କ ଆଙ୍ଗୁଠି

ଭୁବନେଶ୍ବର : ଅର୍ଥ ପରାମର୍ଶଦାତାଙ୍କ ସୁପାରିସକୁ ଚାପିଦେଲେ। ଅର୍ଥ ବିଭାଗକୁ ଅନ୍ଧାରରେ ରଖାଗଲା। ଖଗଡପୁର ଆଇଆଇଟିର ଏକ ୟୁନିଟ୍ ବୋଲି ଦର୍ଶାଇ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ ଟେକିେଦଲେ। କେବଳ ସେତିକି ନୁେହଁ, ପ୍ରକଳ୍ପ ସଂପର୍କରେ ସରକାରୀ ଦସ୍ତାବିଜ ଯାହା ସୂଚାଉଛି, ତାହା ଯେ ବାସ୍ତବତା ନୁେହଁ, ଏକଥା ବି ଧରାପଡିଗଲାଣି।

ଏମିତି ଏକ ବଡ଼ କେଳେଙ୍କାରୀ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ହୋଇଛି। ଆଉ କେହି ନୁେହଁ, ଖୋଦ୍ ଭାରତର ମହାେଲଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ଅର୍ଥାତ୍ ସିଏଜିଙ୍କ ରିପୋର୍ଟ ଏହାର ପର୍ଦାଫାସ ହୋଇଛି। କେଉଁଭଳି ଭାେବ ଉଚ୍ଚଶିକ୍ଷା ବିଭାଗର ତତ୍କାଳୀନ ପ୍ରମୁଖ ଶାସନ ସଚିବ ତଥା ଆଜିର କୃଷି ଉତ୍ପାଦନ କମିସନର ଗଗନ ବିହାରୀ ଧଳ ସରକାରୀ ନୀତି ନିୟମକୁ ମୋଡି ମକଚି ଦେଇଛନ୍ତି ତାହାକୁ ବି ସାମ୍ନାକୁ ଆଣିଛନ୍ତି ସିଏଜି। ତତ୍କାଳୀନ ପ୍ରମୁଖ ସଚିବଙ୍କୁ ଦାୟୀ କରିବାକୁ ଭୁଲିନାହାନ୍ତି। ହେଲେ ରାଜ୍ୟ ସରକାର ଏତେ ସବୁ କଥା ଜାଣିବା ପରେ ବି ଏଯାଏ ଖୋଳତାଡ ଆରମ୍ଭ କରି ନାହାନ୍ତି। କିମ୍ବା ସଂପୃକ୍ତ ଅଧିକାରୀଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆଗ୍ରହ ମଧ୍ୟ ଦେଖାଇ ନାହାନ୍ତି।

ସିଏଜି ତାଙ୍କ ରିେପାର୍ଟରେ ଦର୍ଶାଇଛନ୍ତି, ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ଡିଗ୍ରି ମହାବିଦ୍ୟାଳୟରେ ଭାଷା ପ୍ରୟୋଗଶାଳା ବା ଲାଙ୍ଗୁଏଜ୍ ଲା‌ବୋରାଟୋରି ଖାଲିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିେଲ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କମ୍ୟୁନିେକସନ୍ ବା ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଁ ଏହା ଉଦ୍ଦିଷ୍ଟ ଥିଲା। ସେ ସମୟରେ ଉଚ୍ଚଶିକ୍ଷା ବିଭାଗ ଯେଉଁ ପ୍ରକଳ୍ପ ରିେପାର୍ଟ ପ୍ରସ୍ତୁତ କରିଥିେଲ, େସଥିେର ଅତି କମରେ ୩୦ଜଣ ଛାତ୍ରଛାତ୍ରୀ ବସିବାଲାଗି ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଲକ୍ଷ୍ୟ ରଖାଯାଇଥିଲା ଯେ ସମସ୍ତ ଅନୁଷ୍ଠାନରେ ଏହି ଭାଷା ପ୍ରୟୋଗଶାଳା ଖୋଲିବ ଓ ୯୨ କୋଟି ୮୨ଲକ୍ଷ ଟଙ୍କା ବିନିେଯାଗ ହେବ।

ଅଡିଟ୍ ଦର୍ଶାଇଛନ୍ତି, ଏହି କାର୍ଯ୍ୟଟିକୁ ମନୋନୟନ ଭିତ୍ତିେର ସେଣ୍ଟର ଫର୍ ଆଡଭାନ୍ସ କମ୍ୟୁନିେକସନ୍ ସଂସ୍ଥା (ସିଏସଏମ)କୁ ପ୍ରଦାନ କରିବା ଲାଗି ବିଭାଗ ୨୦୧୨ ନଭେମ୍ବରରେ ନିଷ୍ପତ୍ତି ନେ‌ଲା। କୁହାଗଲା ଯେ, ଏହା ଆଇଆଇଟି ଖଡଗପୁରର ଏକ ୟୁନିଟ୍। ବିଭାଗ ୨୦୧୩ ମାର୍ଚ୍ଚରେ ଏହି ସଂସ୍ଥା ସହିତ ଏକ ଏମ୍ଓୟୁ ମଧ୍ୟ ସ୍ବାକ୍ଷର କଲେ।

ବୁଝାମଣାପତ୍ର ଅନୁସାରେ, ଭାଷା ପ୍ରୟୋଗଶାଳା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଦୁଇଟି ପ୍ରକୋଷ୍ଠ ମଧ୍ୟରେ ୨୪ ଜଣ ଛାତ୍ର ବସିବା ସୁବିଧା ଥାଇ ପ୍ରତ୍ୟେକଟିକୁ ୨୦ଲକ୍ଷ ଟଙ୍କା ବିନିେଯାଗରେ କରାଯିବ। ୨୦୧୬ ଫେବ୍ରୁଆରିେର ଏମଓୟୁ ଅବଧି ପୂରିବା ପରେ ଏହାକୁ ସେହି ବର୍ଷ ମାର୍ଚ୍ଚ ମାସରେ ନବୀକରଣ ବି କରାଯାଇଥିଲା। ଭାଷା ପ୍ରୟୋଗଶାଳା ଅନ୍ୟ ୨୦ଟି ମହାବିଦ୍ୟାଳୟରେ ବି ପ୍ରତିଷ୍ଠା କରିବା ଲାଗି କୁହାଗଲା। ୨୦୧୩ ମେରୁ ୨୦୧୬ ନଭେମ୍ବର ମଧ୍ୟରେ ୪୦ଟି ସରକାରୀ ଓ ୬୮ଟି ସରକାରୀ ସହାୟତା ପ୍ରାପ୍ତ ମହାବିଦ୍ୟାଳୟରେ େମାଟ ୧୦୮ଟି ଭାଷା ପ୍ରୟୋଗାଶାଳା କେନ୍ଦ୍ର େହାଇଥିଲା। ମାର୍ଚ୍ଚ ୨୦୧୭ ସୁଦ୍ଧା ବିଭାଗ ସଂପୃକ୍ତ ସଂସ୍ଥାକୁ ୨୨ େକାଟି ୮୮ଲକ୍ଷ ଟଙ୍କା ପ୍ରଦାନ କରିେଦଲେ ବିଭାଗ।

ହେଲେ କୌତୂହଳର କଥା ହେଲା, ଅଡିଟ େବଳେ ଜଣାପଡିଛି ଯେ ସିଏସିଏମ୍ ଏକ ବେସରକାରୀ ସଂଗଠନ। ଏହାର ପ୍ରଶାସନିକ ଏବଂ ଆର୍ଥିକ ସଂପର୍କ କିଛି ବି ଆଇଆଇଟି ଖଗଗପୁର ସହିତ ନାହିଁ। ତେଣୁ ଏହାର ଚୟନକୁ ମନମୁଖୀ ଓ ଅନୈତିକ ବୋଲି ଅଡିଟ୍ ଦର୍ଶାଇଛି। ସିଧା ସିଧା କହିଛି, ଓପିଡବ୍ଲୁଡି ସଂହିତା ଅନୁସାରେ େକବଳ ଅତିରିକ୍ତ କାର୍ଯ୍ୟ ବ୍ୟତୀତ ୫ଲକ୍ଷ ଟଙ୍କାରୁ ଅଧିକ ସମସ୍ତ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ ହେବା କଥା। ଏ େକ୍ଷତ୍ରରେ ଅର୍ଥ ଉପଦେଷ୍ଟା ତଥା ଅତିରିକ୍ତ ସଚିବ ମଧ୍ୟ ଓପନ୍ ଟେଣ୍ଡର ପାଇଁ ଆହ୍ବାନ ଲାଗି ପ୍ରସ୍ତାବ ଦେଇଥିେଲ। ଏ ସଂକ୍ରାନ୍ତ ନଥିପତ୍ର ଅର୍ଥ ବିଭାଗକୁ ପ୍ରଦାନ ଲାଗି ମଧ୍ୟ ସୁପାରିସ କରିଥିେଲ। ମାତ୍ର ଉଚ୍ଚଶିକ୍ଷା ବିଭାଗର ତତ୍କାଳୀନ ପ୍ରମୁଖ ସଚିବ ଗଗନ ବିହାରୀ ଧଳ ୨୦୧୩ ଜାନୁଆରି ୭ ତାରିଖରେ ତାଙ୍କ ମତକୁ ଖାରଜ କରିେଦଇଥିେଲ। ସିଏସିଏମ୍ ଗୋଟିଏ କେନ୍ଦ୍ର ସରକାରଙ୍କ ସଂସ୍ଥା ଓ ଏହି କାର୍ଯ୍ୟ ବିନା େଟଣ୍ଡରରେ କରାଯାଇପାରିବ ବୋଲି ଦର୍ଶାଇ ଅର୍ଥ ପରାମର୍ଶଦାତାଙ୍କ ସୁପାରିସକୁ କାଟି ଦିଆଯାଇଥିଲା। ତେବେ ପରବର୍ତୀ କାଳରେ ୨୦୧୩ ଫେବ୍ରୁଆରିେର ବୁଝାମଣାପତ୍ର ଉପରେ ଅର୍ଥ ବିଭାଗର ସହମତି ନିଆଯାଇଥିଲା।

ଅଡିଟ୍ ବେଳେ ଏକଥା ବି ଧରାପଡିଛି ଯେ ସିଏସ୍ଏମକୁ ଭାରତ ସରକାରଙ୍କ ସଂସ୍ଥା ଭାବି ସମଗ୍ର ଅର୍ଥ ପ୍ରଦାନ ସମୟରେ ବିଭାଗ ଟିଡିଏସ୍ ବାବଦରେ ୨୨ଲକ୍ଷ ୮୮ ହଜାର ଟଙ୍କା ଅସୁଲ କରାଯାଇନଥିଲା।

ଏପଟେ ସମୀକ୍ଷା ବେଳେ ଜଣାପଡିଥିଲା, ପ୍ରୟୋଗଶାଳା ପ୍ରତିଷ୍ଠା ହୋଇଥିବା ୧୦୨ ମହାବିଦ୍ୟାଳୟ ମଧ୍ୟରୁ ୫୬ଟିେର ନାମଲେଖା େହାଇନଥିଲା। ୪୨ଟି ମହାବିଦ୍ୟାଳୟରେ ଭାଷା ପ୍ରୟୋଗଶାଳା ୮ କୋଟି ୬୪ଲକ୍ଷ ଟଙ୍କା ମୂଲ୍ୟରେ ପ୍ରତିଷ୍ଠା ହୋଇଥିଲା। ଅବଶିଷ୍ଟ ୧୪ଟି ମହାବିଦ୍ୟାଳୟରେ ୨୦୧୬-୧୭ ବର୍ଷରେ ଭାଷା ପ୍ରୟୋଗଶାଳା ଗଠନ ହୋଇନଥିଲା।

ଅଡିଟ୍ ଟିମକୁ ୪୬ଟି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାର ବିବରଣୀ ଦିଆଯାଇଥିଲା। ୧୩ଟି ମହାବିଦ୍ୟାଳୟରେ ନାମଲେଖାର ପ୍ରମାଣ ଅଧିକାରୀମାେନ ଦେଇପାରିନଥିେଲ। ଅଧ୍ୟାପନା କର୍ମଚାରୀ ନଥିବା, ପାଠ୍ୟକ୍ରମକୁ ଏକାେଡମିକ୍ କ୍ୟାେଲଣ୍ଡରରେ ସାମିଲ ନ କରିବା, ବିଦ୍ୟୁତ ‌ଯୋଗାଣ ନ ହେବା ଯୋଗୁଁ ଭାଷା ପ୍ରୟୋଗଶାଳା ଅକାମୀ ହୋଇପଡିଥିବା ଦେଖାଯାଇଥିଲା।

ଅଡିଟ୍ ଦର୍ଶାଇଛନ୍ତି, କେନ୍ଦ୍ର ସରକାରଙ୍କ ଆଳରେ ଗୋଟିଏ ଘରୋଇ ସଂସ୍ଥାକୁ ମନୋନୟନ ଭିତ୍ତିେର କାର୍ଯ୍ୟ ପ୍ରଦାନ କରାଯିବା ନିଷ୍ପତ୍ତି ବେଆଇନ। ପ୍ରମୁଖ ସଚିବ ମନମାନି ନିଷ୍ପତ୍ତି ନେଇଥିେଲ। ୨୨ କୋଟି ୮୮ଲକ୍ଷ ଟଙ୍କା ବ୍ୟୟ ପରେ ବି ସରକାରଙ୍କ ଉଦ୍ଦେଶ୍ୟ ସାଧନ ହୋଇପାରିନଥିଲା।

ବିଭାଗ ଅଡିଟ୍ ଟିମର ଏହି ଆପତ୍ତି ଉପରେ ସଫେଇ ବି ଦେଇଛନ୍ତି। କହିଛନ୍ତି, ଆଇଆଇଟି ଖଡଗପୁର ସାଇନସ ଆଣ୍ଡ ଟେକ୍ନୋେଲାଜି ଇଣ୍ଟର ପ୍ରିନିୟର ପାର୍କ (ଏସଟିଇପି)ରେ ସିଏସିଏମ୍ ଗଠିତ ହୋଇଥିଲା। ଏଣୁ ଏହି ସଂସ୍ଥା ଅନ୍ୟମାନଙ୍କ ଠାରୁ ବିଶ୍ବାସଯୋଗ୍ୟ ବୋଲି ଚିନ୍ତା କରାଯାଇଥିଲା। ବିଭାଗ ଏକଥା ବି ଦର୍ଶାଇଥିେଲ ଯେ ଯେହେତୁ ଏହା ପାଠ୍ୟକ୍ରମର ଅଂଶବିେଶଷ ନଥିଲା, ଏଣୁ କେତେକ ମହାବିଦ୍ୟାଳୟ ହାଜିରା କଡାକଡି ଭାବେ ପାଳନ କରିନଥିେଲ।

ହେଲେ ଅଡିଟ୍ ଟିମ୍ କିନ୍ତୁ ବିଭାଗର ଏ ସଫେଇରେ ସନ୍ତୁଷ୍ଟ ହୋଇନାହାନ୍ତି। ବରଂ ଦର୍ଶାଇଛନ୍ତି ଯେ ସିଏସିଏମ୍ ହେଉଛି ଏସଟିଇପିର ଏକ ଉେଦ୍ୟାଗ। ଏହା ଆଇଆଇଟି ଖଡଗପୁରର କଦାପି ୟୁନିଟ୍ ନୁେହଁ। ଏଣୁ ଏହି ଘଟଣାରେ ତତ୍କାଳୀନ ପ୍ରମୁଖ ଶାସନ ସଚିବଙ୍କୁ ଦାୟୀ କରାଯିବା ଉଚିତ। ପୁଣି ୫୫ ପ୍ରତିଶତ ମହାବିଦ୍ୟାଳୟରେ ନାମ ଲେଖାଯାଇନଥିଲା। ୧୩ ପ୍ରତିଶତ ମହାବିଦ୍ୟାଳୟରେ ନାମ ଲେଖାଯାଇଥିବା ନଥିପତ୍ର ନଥିଲା ବୋଲି ଅଡିଟ୍ ବେଳେ ଜଣାପଡିଛି।

ସମ୍ବନ୍ଧିତ ଖବର