ବୁର୍ଲା ଭିମସାର ଓ କଟକ ଏସ୍‌ସିବି ନର୍ସିଂ କଲେଜରେ ୭୦ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବୁର୍ଲାସ୍ଥିତ ଭିମସାର ନର୍ସିଂ କଲେଜ ଓ କଟକସ୍ଥିତ ଏସ୍‌ସିବି ନର୍ସିଂ କଲେଜ ପାଇଁ ୭୦ଟି ନୂତନ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

ବୁର୍ଲାସ୍ଥିତ ଭିମସାର ସରକାରୀ ନର୍ସିଂ କଲେଜରେ ୨୪ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୭ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ ପ୍ରିନସ୍‌ପାଲ୍‌ ପଦବୀ, ଗୋଟିଏ ଭାଇସ୍‌ ପ୍ରିନସ୍‌ପାଲ, ଗୋଟିଏ ପ୍ରଫେସ୍‌ର, ତିନିଟି ଆସୋସିଏଟ ପ୍ରଫେସର, ଆଠଟି ଅଧ୍ୟାପକ ଓ ଦଶଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି।

ସେହିପରି କଟକସ୍ଥିତ ଏସ୍‌.ସି.ବି ନର୍ସିଂ କଲେଜରେ ୩୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବାବେଳେ ୭ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ ପ୍ରିନ୍‌ସପାଲ ପଦବୀ, ଗୋଟିଏ ଭାଇସ୍‌ ପ୍ରିନସପାଲ, ଗୋଟିଏ ପ୍ରଫେସର, ଚାରିଟି ଆସୋସିଏଟ ପ୍ରଫେସର, ଛଅଟି ଅଧ୍ୟାପକ ଓ ଉଣେଇଶିଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି।

ସମ୍ବନ୍ଧିତ ଖବର