ସ୍କୁଲ୍‌ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ମଧ୍ୟାହ୍ନଭୋଜନ ପରେ ଅସୁସ୍ଥ ଥିଲେ

ଯାଜପୁରସଦର/ଦଶରଥପୁର: ଦଶରଥପୁର ବ୍ଲକ୍‌ ପ୍ରକଟପୁର ଉପ୍ରା ବିଦ୍ୟାଳୟର ଜଣେ ପଞ୍ଚମଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ମଧ୍ୟାହ୍ନଭୋଜନ ଖାଇବା ପରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଖାନାରେ ପହଞ୍ଚଲାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିବାବେଳେ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ମୃତ ଛାତ୍ରୀ ହେଲେ। ବନିତା ଦାସ(୧୧)। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଆଜି ମଧ୍ୟାହ୍ନଭୋଜନ ଖାଇ ସାରିବାପରେ ସେ ନିକଟସ୍ଥ ଦୋକାନରୁ କୁରୁକୁରି କିଣି ଖାଇଥିଲା। ଏହାପରେ ସେ ଅସୁସ୍ଥ ହୋଇ ସ୍କୁଲ ବାରଣ୍ଡାରେ ଶୋଇପଡିଥିଲା। ତା’ର ସାଙ୍ଗମାନେ ତୁରନ୍ତ ବନିତାର ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସ୍କୁଲରେ ପହଞ୍ଚି ତାକୁ ପ୍ରଥମେ ଜଣେ ଗୁଣିଆଙ୍କୁ ପାଖକୁ ନେଇଥିଲେ। ସେଠାରୁ ନିରାଶ ହୋଇ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ହେଲେ, ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ବନିତାର ବାପା ବୃନ୍ଦାବନ ଦାସ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦଶରଥପୁର ବ୍ଲକ୍‌ ଦାୟିତ୍ଵରେ ଥିବା ଯାଜପୁର ବ୍ଲକ୍‌ ଶିକ୍ଷାଧିକାରୀ ଅଜୟ କୁମାର ଦାସ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ, ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏନେଇ ରିପୋର୍ଟ ଦେବାକୁ ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।
ଅପରପକ୍ଷେ, ମଧ୍ୟାହ୍ନଭୋଜନ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗକୁ ସ୍କୁଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ସ୍କୁଲ୍‌ରେ ସମୁଦାୟ ୧୮ ଜଣ ପିଲା ମଧ୍ୟାହ୍ନଭୋଜନ ଖାଇଥିବାବେଳେ ସେମାନଙ୍କର କିଛି ହୋଇନାହିଁ। ଅନ୍ୟ କାରଣ ପାଇଁ ବନିତାର ମୃତ୍ୟୁ ହୋଇଥିବା ସେମାନେ କହିଛନ୍ତି। ତେବେ, ପାଠପଢ଼ା ସମୟରେ ସେ ସ୍କୁଲ୍‌ ବାହାରକୁ କାହିଁକି ଗଲା ବୋଲି ସ୍ଥାନୀୟ ଅଞ୍ଚଳ ଜନସାଧାରଣ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ସ୍କୁଲ୍‌ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ି

ସମ୍ବନ୍ଧିତ ଖବର