୪ରେ ଜାଭେରିଆନ୍‌ ଭାଇବ୍ରାନ୍ସ

କଟକ : ଫେବ୍ରୁଆରି ୪ ତାରିଖରେ ଭୁବନେଶ୍ୱର ପଟିଆସ୍ଥିତ ଲା-ଲାନ୍‌ସ ପରିସରରେ ସେଣ୍ଟ ଜାଭିୟର୍ସ ଓ କ୍ରିଷ୍ଣମୂର୍ତ୍ତି ଓ୍ଵାର୍ଲଡ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ‘ଜାଭେରିଆନ୍‌ ଭାଇବ୍ରାନ୍ସ-୨୦୧୮’ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କଟକ, ଭୁବନେଶ୍ୱର, ଢେଙ୍କାନାଳ ଅଞ୍ଚଳର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇପାରିବେ। ୩ରୁ ୧୬ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ଡି-ଲା-ରିମା, ଜିଗିଲ୍‌ ଜଗଲ୍‌, ଇଟି ଦେ ଡାଏରି, ରସ୍କିନ୍‌ ବଣ୍ଡ୍‌, ଡକ୍ଟର କଲାମ୍‌, ଆଦି ଶଙ୍କରାଚାର୍ଯ୍ୟ, ଏମ୍‌.ଏଫ୍‌.ହୁସେନ୍‌, କ୍ରିଷ୍ଣମୂର୍ତ୍ତି, ନଟରାଜ, ଷ୍ଟିଭ୍‌ ମି କରି ଆଓ୍ଵାର୍ଡ ପ୍ରଦାନ ବ୍ୟବସ୍ଥା ରହିଛି। କ୍ରିଷ୍ଣମୂର୍ତ୍ତି ଓ୍ଵାର୍ଲଡ ସ୍କୁଲର ଅଧ୍ୟକ୍ଷା ଆଶା ଟି.ଆର୍‌, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ପଟିଆର ଅଧ୍ୟକ୍ଷା ନିକୋଲା ହ୍ୟାରି ପ୍ରତିଯୋଗିତା ପରିଚାଳନା ଦାୟିତ୍ୱରେ ଅଛନ୍ତି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ପଟ ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା ରହିଛି। ଏହି ପ୍ରତିଯୋଗିତାରେ ସାମିଲ ହେବା ସହ ଆୟୋଜନ ହେବାକୁ ଥିବା ଭିନ୍ନ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍‌ ଷ୍ଟଲ୍‌ ପରିଦର୍ଶନ କରିବାକୁ ଗ୍ରୁପ୍‌ର ନିର୍ଦ୍ଦେଶକ ଡକ୍ଟର ପ୍ରଭୁ ଚରଣ ମହାନ୍ତି ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର