ଜୁଆ, ଆଇପିଏଲ୍ ବେଟିଂ ମହଙ୍ଗା ପଡ଼ିଲା : ଜୀବନ ହା‌ରିଲେ ଋଣଗ୍ରସ୍ତ ଶିକ୍ଷକ

କବିସୂର୍ଯ୍ୟନଗର : ଶେଷରେ ଆଇପିଏଲ୍ ବେଟିଂ ଓ ଜୁଆ ଖେଳ ମହଙ୍ଗା ପଡ଼ିଲା। ଋଣ ଓ କରଜରେ ବୁଡ଼ି ଜୀବନ ହାରିଲେ ଶିକ୍ଷକ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ଏଭଳି ଏକ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ମୋହନ କବିସୂର୍ଯ୍ୟନଗର ଥାନା ଭେଟସିଂ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ୧୫ ବର୍ଷ ଧରି ଶିକ୍ଷକ ଭାବେ ଚାକିରି କରୁଥିଲେ ବି ଜୁଆ ଖେଳ ଓ ଆଇପିଏଲ୍ ବେଟିଂ ଅଭ୍ୟାସକୁ ସେ ଛାଡ଼ି ପାରୁ ନଥିଲେ। ପରିବାର ଲୋକ ଓ ସଂପର୍କୀୟ ଲକ୍ଷାଧିକ ଟଙ୍କା ଶୁଝିବା ପରେ ଆଉ ଜୁଆ ନଖେଳିବାକୁ ମୋହନ ପ୍ରତିଶ୍ରୁତି ଦେଇଥିଲେ। ତଥାପି ସ୍ବଭାବରେ ପରିବର୍ତ୍ତନ ଆସି ନଥିଲା। ଗତକାଲି ରାତିରେ ହଠାତ୍ ଘରୁ ବାହାରି ଆଉ ଫେରି ନଥିଲେ। ଆଜି ସକାଳେ ତାଙ୍କ ଝୁଲନ୍ତା ଶବ ନୂଆଗାଁ ରାସ୍ତା କୁକୁଡ଼ାଫାର୍ମ ନିକଟ କାକପୋଇ ଗଛରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର