ପାଠ ପଢ଼ାଇବା ବେଳେ ହୃଦ୍‌ଘାତ, ଶିକ୍ଷକ ମୃତ

ରେଢ଼ାଖୋଲ : ରେଢ଼ାଖୋଲ ବ୍ଲକ୍‌ ଗୋବିନ୍ଦପୁର ୟୁଜିଏମ୍‌ଇ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବେଳେ ହୃଦ୍‌ଘାତରେ ଶିକ୍ଷକ ପବିତ୍ର ମୋହନ ସାହୁ (୩୫)ଙ୍କ ମୃତ୍ୟୁ ଘଟିଛି। ତ୍ରିବଣପୁର ଗାଁର ଶ୍ରୀ ସାହୁ ଶୁକ୍ରବାର ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବେଳେ ମଧ୍ୟାହ୍ନ ୧୨ଟା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ସହକର୍ମୀମାନେ ତାଙ୍କୁ ତୁରନ୍ତ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ସେ ବାପା ମା’ଙ୍କ ଏକମାତ୍ର ପୁଅ ଓ ରୋଜଗାରକ୍ଷମ ଥିବା ବେଳେ ଗତ ୬ ମାସ ତଳେ ବିବାହ କରିଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର