ଛାତ୍ରୀଙ୍କୁ ଉଲଗ୍ନ କରିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

କଟକ : ସ୍କେଚ୍‌ ଚୋରି ଘଟଣାକୁ କେନ୍ଦ୍ରକରି ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ଉଲଗ୍ନ କରିବା ଘଟଣାରେ ଆଜି ଜିଲ୍ଲା ଅଧିକାରୀ ଶିକ୍ଷୟିତ୍ରୀ ନିବେଦିତା ପାଇକରାୟଙ୍କୁ ନିଲମ୍ବିତ କରିଛନ୍ତି। ଗଲା ୨୦ ତାରିଖ ଦିନ ବାଙ୍କୀ ବ୍ଲକ୍‌ ତୁଳସୀପୁର ଗ୍ରାମର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟରେ ନିବେଦିତା ଜଣେ ଛାତ୍ରୀଙ୍କୁ ସହପାଠୀଙ୍କ ସମ୍ମୁଖରେ ବିଦ୍ୟାଳୟ ଶ୍ରେଣୀ ଗୃହରେ ଉଲଗ୍ନ କରିବା ଘଟଣା ବାଙ୍କୀ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସଂପୃକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବା ସହ ବାଙ୍କୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯିବାପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ବାଙ୍କୀ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଓ ବିଇଓଙ୍କ ରିପୋର୍ଟ ଆଧାରରେ ଆଜି ଜିଲ୍ଲାଶିକ୍ଷା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର