ଭାରସାମ୍ୟ ହରାଇ ଓଲଟିଲା ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋ : ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ପରେ ଲୋକେ ଗାଡ଼ି ଜାଳିଦେଲେ

କେନ୍ଦ୍ରାପଡ଼ା: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ । ଏହି ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ଉତ୍ତ୍ୟକ୍ତ ଲୋକେ ଅଟୋ ଜାଳିଦେଇଛନ୍ତି ।

ସୂଚନା ଅନୁସାରେ, ସ୍କୁଲ ଛୁଟି ପରେ ପଟ୍ଟାମୁଣ୍ଡାଇ ଔପଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୫ ଜଣ ଛାତ୍ରୀ ଅଟୋରେ ଘରକୁ ଫେରୁଥିଲେ । ଭାରସାମ୍ୟ ହରାଇ ରାଜନଗର ପଟ୍ଟାମୁଣ୍ଡାଇ-ଗରା ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ଆହତ ଛାତ୍ରୀଙ୍କୁ ଚିକିତ୍ସା ଲାଗି ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ତେବେ ଆବଶ୍ୟକତାଠାରୁ ଅଧିକ ଛାତ୍ରୀଙ୍କୁ ନେଇ ଅଟୋଟି ଆସୁଥିବାରୁ ଓଲଟି ପଡିଥିବା ଅଭିଯୋଗ କରିଛନ୍ତି ଅଭିଭାବକ।

ଅପରପକ୍ଷେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।  ଓଭରଲୋଡିଂ ପାଇଁ ଅଟୋ ଓଲଟି ପଡ଼ିବା ଓ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ହେତୁ ସ୍ଥାନୀୟ ଲୋକେ ରାଗରେ ଅଟୋରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର