ଆଜି ଖୋଲିବ ସ୍କୁଲ୍‌

ଭୁବନେଶ୍ୱର : ସରିଲା ଗ୍ରୀଷ୍ମ ଛୁଟି। ଆସନ୍ତକାଲି (ମଙ୍ଗଳବାର)ଠାରୁ ରାଜ୍ୟର ସମସ୍ତ ସ୍କୁଲ୍‌ ଖୋଲିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିୟମିତ ଭାବେ କ୍ଲାସ ଚାଲିବ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଧାରିତ ସମୟରେ ସ୍କୁଲ୍‌ରେ ଯୋଗଦେବାକୁ କୁହାଯାଇଛି। ବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍‌ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଜୁନ୍‌ ୧୮ରେ ଗ୍ରୀଷ୍ମ ଛୁଟି ଶେଷ ହେବାର ଥିଲା। କିନ୍ତୁ ପ୍ରବଳ ଖରା ଯୋଗୁଁ ପ୍ରଥମେ ଗ୍ରୀଷ୍ମ ଛୁଟିକୁ ଜୁନ୍‌ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାପରେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିବାରୁ ଛୁଟିକୁ ଜୁନ୍‌ ୨୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର