ଜିଲ୍ଲାସ୍ତରରେ ସ୍ଥାପନ ହେବ ବିଜ୍ଞାନ କେନ୍ଦ୍ର/ପାର୍କ

ଭୁବନେଶ୍ୱର : ଏଣିକି ଜିଲ୍ଲାସ୍ତରରେ ବିଜ୍ଞାନ କେନ୍ଦ୍ର ବା ପାର୍କ ସ୍ଥାପନ କରାଯିବ। ଯେଉଁ ଜିଲ୍ଲା ପ୍ରସ୍ତାବିତ ବିଜ୍ଞାନ କେନ୍ଦ୍ର ବା ପାର୍କ ନିମନ୍ତେ ଆବଶ୍ୟକ ରକ୍ଷଣାବେକ୍ଷଣ ଦାୟିତ୍ୱ ହାତକୁ ନେବ ସେହି ଜିଲ୍ଲାକୁ ଅଗ୍ରାଧିକାର ଦିଆଯିବ। ଆଜି ଏ ନେଇ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଏକ ସ୍ୱତନ୍ତ୍ର ସଂକଳ୍ପ ଗ୍ରହଣ କରିବା ସହିତ ବିଜ୍ଞାନ ଓ ବୈଷୟିକ ଜ୍ଞାନର କାର୍ଯ୍ୟାନ୍ଵୟନ ରାଜ୍ୟ ପରିଷଦ ନାମରେ ଏକ ଉପଯୋଜନା ଆରମ୍ଭ କରିଛି। ବିଜ୍ଞାନକୁ ଲୋକପ୍ରିୟ କରିବା ସହିତ ସମସ୍ତଙ୍କୁ ବିଜ୍ଞାନ ସାକ୍ଷର କରିବା ଆଭିମୁଖ୍ୟ ନେଇ ଜିଲ୍ଲାସ୍ତରରେ ବିଜ୍ଞାନ କେନ୍ଦ୍ର ବା ପାର୍କ ସ୍ଥାପନ କରାଯିବ ବୋଲି ସ୍ଥିର ହୋଇଛି। ପ୍ରସ୍ତାବିତ ବିଜ୍ଞାନ କେନ୍ଦ୍ର ବା ପାର୍କ ନିମନ୍ତେ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ସହାୟତା ଯୋଗାଇଦେବେ। ଏଥିପାଇଁ ଆବଶ୍ୟକ ରକ୍ଷଣାବେକ୍ଷଣ ଦାୟିତ୍ୱ ଜିଲ୍ଲାର ଉନ୍ନୟନ କର୍ତୃପକ୍ଷ ହେଉ ପୌରପାଳିକା କିମ୍ବା ସ୍ୱତନ୍ତ୍ର ଯୋଜନା କର୍ତୃପକ୍ଷଙ୍କୁ ନେବାକୁ ହେବ। ଏହି ସଂକଳ୍ପ ଅନୁଯାୟୀ ସଂପୃକ୍ତ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ସୂଚନାଯୋଗ୍ୟ, ବର୍ତମାନ ଏଭଳି ପାର୍କ ଭୁବନେଶ୍ୱର ଓ ଢେଙ୍କାନାଳରେ ରହିଛି।

ସମ୍ବନ୍ଧିତ ଖବର