ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନ ପାଇବେ ‘କଳିଙ୍ଗ ରତ୍ନ ସମ୍ମାନ’

କଟକ : ଆନ୍ତର୍ଜାତିକ ଖ୍ୟାତିସ˚ପନ୍ନ ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ପ୍ରଫେସର ଡକ୍ଟର ତ୍ରିଲୋଚନ ପ୍ରଧାନ ଚଳିତବର୍ଷର ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୨୨ତାରିଖ ଗୁରୁବାର ସ˚ଧୢା ୬ଟାରେ ସାରଳା ଭବନରେ ଆୟୋଜିତ ସାରଳା ସାହିତ୍ୟ ସ˚ସଦର ୩୭ତମ ବାର୍ଷିକ ଉତ୍ସବରେ ଡକ୍ଟର ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଡକ୍ଟର ପ୍ରଧାନଙ୍କୁ ରୌପ୍ୟ ସରସ୍ବତୀ, ତାମ୍ରଫଳକ ଓ ଉପଢେ଼ୗକନ ପ୍ରଦାନ କରି ସମ୍ମାନିତ କରିବେ ବୋଲି ସ˚ସଦର ପ୍ରତିଷ୍ଠାତା ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଓ ସ˚ପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, କଳିଙ୍ଗ ପୁରସ୍କାର ଓ ମେଘନାଦ ଶାହା ପୁରସ୍କାର ଲାଭ କରିଥିବା ଡକ୍ଟର ପ୍ରଧାନ ଆଣବିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଚ୍ଚାଙ୍ଗ ଗବେଷଣା କରି ସମଗ୍ର ବିଶ୍ବରେ ଖ୍ୟାତି ଅର୍ଜନ କରିଛନ୍ତି। ଏଥି ସମେତ ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ପ୍ରଥମ ନିର୍ଦ୍ଦେଶକ ଓ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର