ସମୁଦ୍ରରେ ଉଚ୍ଚ ଜୁଆର: ପୁଣି ଧସିଲା ଚିଲିକା କୂଳ ବାଲିବନ୍ଧ

ପୁରୀ : ଲଗାଣ ବର୍ଷା ସାଙ୍ଗକୁ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପ ସାଗରରେ ୩ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିଛି। ପ୍ରବଳ ବେଗରେ ଜୁଆର ଚିଲିକା ଭିତରକୁ ପ୍ରବେଶ କରିବା ଯୋଗୁଁ ଚାରିଦିନ ପୂର୍ବେ ଚିଲିକାର ଚଡ଼ଚଡ଼ି ଠାରେ ମେଲିଥିବା ପ୍ରାକୃତିକ ମୁହାଣ ଆଜି ଜୁଆର ମାଡ଼ରେ ଅଧିକ ଧୋଇଯାଇଥିବାର ଦେଖାଯାଇଛି। ଚିଲିକା-ସମୂଦ୍ରକୁ ସୁରକ୍ଷା ଦେଉଥିବା ବାଲି ବନ୍ଧ ଅଧିକ ମେଲି ଯାଇଥିବାରୁ ଚିଲିକା କୂଳରେ ଥିବା ଗ୍ରାମବାସୀ ପୁଣି ଆତଙ୍କିତ ହୋଇପଡ଼ିଛନ୍ତି। ଏହି ବାଲିବନ୍ଧ ଆଜି ୩ଶହ ମିଟର ଧୋଇଯାଇଛି।

ସମ୍ବନ୍ଧିତ ଖବର