ଜୟପୁର: ରବିବାର ସକାଳେ ଜୟପୁର ବ୍ଲକ୍ ଅନ୍ତର୍ଗତ ପୁଟୁରା ସେବାଶ୍ରମର ପ୍ରଧାନଶିକ୍ଷକ ଆତ୍ମହତ୍ୟା କରିଛନ୍ତି।
ମୃତ ପ୍ରଧାନଶିକ୍ଷକ ହେଉଛନ୍ତି ୫୨ ବର୍ଷିୟ ସୁବାସ ଚନ୍ଦ୍ର ସାବତ।
ତାଙ୍କ ଘର ସଂଲଗ୍ନ ଦୋକାନ ଘରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କଥା ଆଜି ସକାଳେ ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ।
କେଉଁ କାରଣ ପାଇଁ ସାବତ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ।
ଜୟପୁର ସଦର ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପୁରୁଣା ମେଡିକାଲକୁ ପଠାଇଛି।
ରିପୋର୍ଟ ମିଳିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/hm-1.jpg)