ଜଗନ୍ନାଥ ମନ୍ଦିର ସମସ୍ୟାକୁ ନେଇ ସେବାୟତଙ୍କ ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବେ ଦାବି

ବାରିପଦା: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମନ୍ଦିରର ସମସ୍ୟା ଜଣାଇବାକୁ ଅଣ୍ଟା ଭିଡ଼ିଲେ ସେବାୟତ | ଏଥିପାଇଁ ଆଜିଠାରୁ ପଦଯାତ୍ରା ଆରମ୍ଭ କରିଛନ୍ତି ବାରିପଦାରେ ଥିବା ଶ୍ରୀ ଶ୍ରୀ ହରିବଳଦେବଜୀଉ କ୍ଷେତ୍ରର ସେବାୟତ | ବାରିପଦାକୁ ୨ୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ସହ ମୟୁରଭଞ୍ଜ ଜିଲ୍ଲାରେ ଥିବା ମଠ ମନ୍ଦିର ସମ୍ପତ୍ତିର ପୁନରୁଦ୍ଧାର ଆଦି ୮ ଦଫା ଦାବି ନେଇ ସେବାୟତମାନେ ପଦଯାତ୍ରା ଆରମ୍ଭ କରିଛନ୍ତି |

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଦାବି ଜଣାଇବାର ଲକ୍ଷ୍ୟ ରଖିଛନ୍ତି ସେବାୟତ | ସେବାୟତଙ୍କ ସହ ରଥ ମହାରଣାମାନେ ବି ସାମିଲ ହୋଇଛନ୍ତି | ପୂର୍ବରୁ ବିଭିନ୍ନ ସମୟରେ ଏ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ ବି କୌଣସି ସୁଫଳ ମିଳିପାରିନଥିଲା | ତେଣୁ ସେବାୟତମାନେ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି |

ପୂର୍ବରୁ ଏପ୍ରିଲ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କୁ ଦର୍ଶନ କରିଥିଲେ | ଏହି ସମୟରେ ସେବାୟତମାନେ ମନ୍ଦିରର ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ | ତେବେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସେବାୟତମାନେ ଭେଟିବାକୁ ଯାଉଥିବାର କହିଛନ୍ତି |

ସମ୍ବନ୍ଧିତ ଖବର