ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ପରୀକ୍ଷାରେ ତିନି ବିଧାୟକ ଦଳର ନେତା

ନିର୍ବାଚନ ସାମ୍ନା କରିବେ ନବୀନ, ନରସିଂହ, କନକ

ଭୁବନେଶ୍ବର: ଆଉ ୪୮ ଘଣ୍ଟା ପରେ ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ଏଥର େଗାଟିଏ ନୁହେଁ, ଦୁଇଟି ଦୁଇଟି ନିର୍ବାଚନ ମଣ୍ଡଳୀରେ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ ଜିଲ୍ଲାର ବିଜେପୁର େଭାଟର ତାଙ୍କର େଲାକପ୍ରିୟତା ମାପିବେ। କେବଳ ନବୀନ ନୁହନ୍ତି, ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ, ବିେରାଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଓ େକନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ୪୦ରୁ ଅଧିକ ହେଭିେଵଟ୍ େନତାଙ୍କ ରାଜନୈତିକ ଭାଗ୍ୟ ଆସନ୍ତା ୧୮ ତାରିଖ ଦିନ ନିର୍ଣ୍ଣୟ ହେବ। ଏହି ଦିନ ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଫଳ ପ୍ରକାଶ ପାଇବ ମେ’ ୨୩ ତାରିଖରେ। ଏହି ପର୍ଯ୍ୟାୟ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିେଜପି ବିଧାୟକ ଦଳ ନେତାଙ୍କ ସଂପର୍କରେ େଭାଟର ସେଦିନ ନିଜର ନିଷ୍ପତ୍ତି ଶୁଣାଇବେ। ଇତିମଧ୍ୟରେ ପ୍ରବଳ ଝାଞ୍ଜି ଖରା, ଗୁଳୁଗୁଳି, ଗରମ ପବନ ମାଡ଼ରେ ଅସ୍ତବ୍ୟସ୍ତ ହୋଇ େଭାଟରଙ୍କ ନିକଟରେ ନିଜ ସପକ୍ଷରେ ସମସ୍ତ ଯୁକ୍ତି ରଖିଛନ୍ତି ପ୍ରାର୍ଥୀ। ଜଣେ କି ଦୁଇଜଣ ନୁହେଁ, ୫ଟି େଲାକସଭା ଓ ୩୫ ବିଧାନସଭା ନିର୍ବାଚନ ସାମ୍ନା କରୁଥିବା ପ୍ରାୟ ୨୭୯ ଜଣ ନେତା ପ୍ରତିପକ୍ଷଙ୍କ ବିରୋଧରେ ତଥ୍ୟ ପ୍ରମାଣ ଉପସ୍ଥାପନ କରିଛନ୍ତି। ଆଜି ସନ୍ଧ୍ୟା ପରଠାରୁ ନିର୍ବାଚନ କମିସନଙ୍କ ନିେର୍ଦଶ କ୍ରମେ ଏହି ପର୍ଯ୍ୟାୟ ପାଇଁ ପ୍ରଚାର ନିଷିଦ୍ଧ କରାଯାଇଛି। ତେବେ ଜନମତକୁ କିଭଳି େଭାଟ ବାକ୍ସ ଯାଏ ଟାଣିଆଣିବେ, େସ ନେଇ ଆଜିଠାରୁ ପ୍ରମୁଖ ରାଜନୈତିକ ଦଳର ଛାମୁଆ କର୍ମୀ ଓ େନତା ଅନ୍ଧାରୀ ବିେଜ ଆରମ୍ଭ କରିଦେଇଛନ୍ତି। ଛକାପଞ୍ଝାରେ ରହିଛନ୍ତି ପ୍ରମୁଖ ରାଜନୈତିକ ଦଳର କର୍ମୀ। କିଏ କାହାକୁ େଭଟୁଛି, ସାଙ୍ଗରେ କିଏ ଅଛି, କଣ େନଇଛି ସେ ନେଇ ନିର୍ବାଚନମଣ୍ଡଳୀରେ ରାତିତମାମ କସରତ ଜାରି ରହିଛି। ପୁଲିସ, ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାେନ ମଧ୍ୟ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ପ୍ରତି ନିର୍ବାଚନ ମଣ୍ଡଳୀରେ ତନାଘନା ଚଳାଇଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିେର୍ଦଶ ଦେଇଛନ୍ତି େଯ ପ୍ରଚାର ଶେଷ ହେବା ପରଠୁ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରୁ ଭୋଟ ଗ୍ରହଣ ଦିନର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟାର ନିରବ ଅବଧି ଭିତରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ କୌଣସି ବି ରାଜନେତା ସାମ୍ବାଦିକ ସମ୍ମିଳନୀ କି ଦଳ ପାଇଁ ପ୍ରଚାର କରି ପାରିବେନାହିଁ। କୌଣସି ବି ଗଣମାଧ୍ୟମ ରାଜନେତାଙ୍କ ମତ ଓ ପ୍ରତିକ୍ରିୟାକୁ ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ନାହିଁ। ୩୯ଲକ୍ଷ ୪୫ ହଜାର ୨୫ ଜଣ ପୁରୁଷ ଓ ୩୭ ଲକ୍ଷ ୪୭ ହଜାର ୪୯୩ ମହିଳା, ୬୦୫ ତୃତୀୟ ଲିଙ୍ଗ ଏମିତି େମାଟ ୭୬ଲକ୍ଷ ୯୩ ହଜାର ୧୨୩ ଜଣ େଭାଟର ଏହି ପର୍ଯ୍ୟାୟରେ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବେ, ଅର୍ଥାତ୍ େଭାଟ ଦେବେ। ୫ଟି ଆସନ ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ସେମାେନ ଲୋକସଭାକୁ ପଠାଇବେ, ତାହା ୧୮ ତାରିଖରେ ଇଭିଏମରେ ଅଙ୍ଗୁଳି ଟିପରେ ନିର୍ଧାରଣ କରିବେ। ସମାନ୍ତରାଳ ଭାବେ ୩୫ଟି ବିଧାନସଭା ପାଇଁ ୨୪୪ ପ୍ରାର୍ଥୀଙ୍କ ଭାଗ୍ୟ ବି ନିର୍ଣ୍ଣୟ େହବ। ୯୧୧୭ଟି ବୁଥରେ ଏଥିପାଇଁ ଆଜିଠାରୁ ନିର୍ବାଚନ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

୪୦ରୁ ଅଧିକ ହେଭିେଵଟ୍ ନେତା ମଇଦାନରେ
ତାଲିକାରେ ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ, ସାଂସଦ
୪୮ଘଣ୍ଟା ପାଇଁ ନେତା ଓ ଗଣମାଧ୍ୟମ ଉପରେ କଟକଣା

ଏହି ପର୍ଯ୍ୟାୟ ନିର୍ବାଚନ ରାଜ୍ୟ ଓ ଜାତୀୟ ରାଜନୀତିରେ ଅନେକ ଟାଣୁଆ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଧାରଣ କରିବ। ବିେଜଡି, କଂଗ୍ରେସ, ବିଜେପି ବିଧାୟକ ଦଳ ନେତାଙ୍କ ବ୍ୟତୀତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ଶାରଦା ନାୟକ, ସୁବ୍ରତ ତରାଇ ଏମିତି ଅନେକ ୪୦ରୁ ଅଧିକ ନେତା ନିର୍ବାଚନ ସାମ୍ନା କରିବେ। ସବୁଠାରୁ ଗୁୁରୁତ୍ବପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଣ୍ଡିଶାଳରୁ େଲାକସଭା ପଠାଇବା ପାଇଁ ଯେଉଁ ମହିଳା କାର୍ଡ ଖେଳି ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଛନ୍ତି ତାଙ୍କ ସଂପର୍କରେ ଆସ୍କା େଲାକସଭା େଭାଟର ନିଜ ମତ ରଖିବେ। ଉଲ୍ଲେଖଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ଆସନ ସହିତ ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ। ବଲାଙ୍ଗୀର ଲୋକସଭା ଆସନ ପାଇଁ ମତଦାନ ହେବା ସହ ଏହି ଲୋକସଭା ଆସନରେ ଆସୁଥିବା ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମତଦାନ ହେବ। କନ୍ଧମାଳ ଲୋକସଭା ପାଇଁ ଭୋଟଗ୍ରହଣ ହେବା ସହ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଭୋଟ ଗ୍ରହଣ ହେବ। ସେହିପରି ଆସ୍କା ଲୋକସଭା ଆସନ ପାଇଁ ମତଦାନ ହେବା ସହ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ଆସନ୍ତା ୧୮ ତାରିଖରେ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧିତ ଖବର