ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ : ୫ ଲୋକସଭା, ୩୫ ବିଧାନସଭା ଆସନ ପାଇଁ ଭୋଟ, ୨୭୯ ପ୍ରାର୍ଥୀ, ୭୭ ଲକ୍ଷ ଭୋଟର

ମଇଦାନରେ ନବୀନ, ଜୁଏଲ, ନରସିଂହ, କନକ, ୪ମନ୍ତ୍ରୀଙ୍କ ସମେତ ୪୦ ହେଭିେଵଟ୍ ନେତା

ଭୁବନେଶ୍ବର : ବିଜେଡି, ବିଜେପି ଓ କଂଗ୍ରେସ ସମେତ ସବୁ ପ୍ରମୁଖ ରାଜନୈତିକ ଦଳ ଶୀର୍ଷ ନେତୃତ୍ବ ଘମାଘୋଟ ପ୍ରଚାର କରିଛନ୍ତି। ପରସ୍ପର ବିରୋଧରେ ଆକ୍ଷେପ ଓ ଅଭିେଯାଗର ପାହାଡ଼ ଛିଡା କରିବା ସହିତ ନିଜ ଦଳର ପ୍ରାର୍ଥୀଙ୍କ ପ୍ରତି େଭାଟରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କୌଣସି ସୁଯୋଗ ହାତଛଡା କରିନାହାନ୍ତି। ହେଲେ ଏସବୁ େଭାଟରଙ୍କୁ ଛୁଇଁଲା ନା ସେମାେନ ପ୍ରତ୍ୟାଖ୍ୟାନ କଲେ? ଆସନ୍ତା ପାଞ୍ଚ ବର୍ଷ ପାଇଁ ବିଧାନସଭା ଓ େଲାକସଭାରେ ପ୍ରତିନିଧି ଭାେବ କାହାକୁ ମତଦାତା ଦେଖିବାକୁ ଚାହୁଁଛନ୍ତି?

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୫ଟି େଲାକସଭା ଓ ୩୫ଟି ବିଧାନସଭା େକ୍ଷତ୍ରରେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଆଳରେ ଏଭଳି ଏକ ବଡ଼ ନିଷ୍ପତ୍ତି ନେବେ ମତଦାତା। ଗୁରୁବାର ଏସବୁ େଲାକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ େହାଇଥିବା ୨୭୯ ପ୍ରାର୍ଥୀଙ୍କ କପାଳ ଲେଖାଯିବ।

ବଲାଙ୍ଗୀର, ସୁନ୍ଦରଗଡ, ବରଗଡ, ଆସ୍କା ଓ କନ୍ଧମାଳ େଲାକସଭା ଓ ଅଧୀନସ୍ଥ ୩୫ ବିଧାନସଭା ଆସନରେ ଆସନ୍ତାକାଲିର ମତଦାନର ଫଳାଫଳ େମ’୨୩ ତାରିଖରେ ପ୍ରକାଶ ପାଇବ। ହେଲେ, ଆସନ୍ତାକାଲି ନିର୍ବାଚନ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ ରାଜ୍ୟ ରାଜନୀତିର ପ୍ରମୁଖ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିେରାଧୀ ଦଳ ନେତା ନରସିଂହ ମିଶ୍ର, େକନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ପ୍ରଦୀପ ଅମାତ, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ୪ ମନ୍ତ୍ରୀ, ଦୁଇ ରାଜ୍ୟସଭା ସାଂସଦ ଏମିତି ୪୦ରୁ ଅଧିକ ନେତାଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ େଭାଟର। ଗୁରୁବାର ସନ୍ଧ୍ୟାରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ େହାଇଯିବ ଇଭିଏମ୍ ଭିତରେ।

ଏଭଳି ହେଭିେଵଟ୍ ନେତାଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ଶାରଦା ନାୟକ, ସୁବ୍ରତ ତରାଇ, ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ସିପିଏମ୍ ପ୍ରାର୍ଥୀ, ବିଧାୟକ ନବ କିଶୋର ଦାସ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିେଶାର ମହାନ୍ତି ପ୍ରମୁଖ ଅଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଣ୍ଡିଶାଳରୁ େଲାକସଭା ପଠାଇବା ପାଇଁ ଯେଉଁ ମହିଳା କାର୍ଡ ଖେଳି ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଛନ୍ତି ସେ ମଧ୍ୟ ଗୁରୁବାର ନିର୍ବାଚନ ସାମ୍ନା କରିବେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା େଦଇଛନ୍ତି େଯ ଗୁରୁବାର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ େହାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ପ୍ରତ୍ୟେକ ବୁଥ୍‌ରେ ମତଦାତାଙ୍କ ପାଇଁ ଟେଣ୍ଟ୍ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସେହିପରି ବୟସ୍କ ଲୋକ, ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳା ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବେ।

ମିଳିଥିବା ସୂଚନା ଅନୁସାରେ, େଲାକସଭାରେ ୩୫ ଓ ବିଧାନସଭାରେ ଲଢୁଥିବା ୨୪୪ ପ୍ରାର୍ଥୀଙ୍କ ଭାଗ୍ୟ ୯୧୧୭ଟି ବୁଥ୍‌ରେ ନିର୍ଣ୍ଣୟ ହେବ। ୭୬ଲକ୍ଷ ୯୩ହଜାର ୧୨୩ଜଣ ମତଦାତା ଏହି ପ୍ରକ୍ରିୟାରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ୩୯,୪୫,୦୨୫ଜଣ ପୁରୁଷ, ୩୭ଲକ୍ଷ ୪୭ହଜାର ୪୯୩ଜଣ ମହିଳା ଏବଂ ୬୦୫ଜଣ ତୃତୀୟ ଲିଙ୍ଗ ଭୋଟ୍‌ ଦେବେ। ୭ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ େଭାଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।

ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଏ ମଧ୍ୟରୁ ୩୭୦୧ଟି ବୁଥକୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି। ନକ୍ସଲ ଅଧ୍ୟୁଷିତ ୧୩ଟି ସ୍ଥାନରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓ ବାକି ୨୨ଟି ସ୍ଥାନରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ୬୦,୩୯୩ଜଣ ପୋଲିଂ ଅଧିକାରୀ ମୁତୟନ ହୋଇଛନ୍ତି।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ୫୮୯୭ଟି ବୁଥ୍‌କୁ ବ୍ରେଲି ଡମି ବାଲାଟ୍‌ ସିଟ୍‌ ‌ଦିଆଯାଇଛି। ସମସ୍ତ ବୁଥ୍‌ରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ୯,୧୦୮ଟି ‌ବୁଥ୍‌ରେ ବିଦ୍ୟୁତ ସଂଯୋଗ ଅଛି ଓ ୨ଟି ବୁଥ୍‌କୁ ଛାଡ଼ି ବାକି ସବୁ ବୁଥ୍‌ରେ ଶୌଚାଳୟ ବ୍ୟବସ୍ଥା ରହିଛି।

ସୂଚନାଯୋଗ୍ୟ ଯେ, ୨୦୧୪ରେ ବରଗଡ଼ ଲୋକସଭା ଆସନରେ ସର୍ବାଧିକ ୭୮.୭୧% ମତଦାନ ହୋଇଥିବାବେଳେ ସୁନ୍ଦରଗଡ଼ରେ ୭୧.୬୫%, ବଲାଙ୍ଗୀରରେ ୭୪.୯୧%, କନ୍ଧମାଳରେ ୭୩.୪୩%, ଆସ୍କାରେ ୬୩.୬୩% ମତଦାନ ହୋଇଥିଲା।

ସମ୍ବନ୍ଧିତ ଖବର