ସରିଲା ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ନାମଲେଖା : ଏମ୍‌ବିବିଏସ୍‌ ଓ ବିଡିଏସ୍‌ରେ ୨୩୨ ସିଟ୍‌ ଖାଲି

0 117

ଭୁବନେଶ୍ୱର : ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲରେ ଖାଲିଥିବା ସିଟ୍‌ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆଜି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ରହିଥିବା ୨୭୨ଟି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ଏହି ପର୍ଯ୍ୟାୟରେ କାଉନ୍‌ସେଲିଂ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ୪୦ଟି ସିଟ୍‌ ପୂରଣ ହୋଇଥିବା ବେଳେ ଆହୁରି ୨୩୨ ସିଟ୍‌ ଏବେ ବି ଖାଲି ରହିଛି। ଏହି ସିଟ୍‌ଗୁଡ଼ିକ ପୂରଣ ପାଇଁ ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ କାଉନ୍‌ସେଲିଂ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚନ୍ଦ୍ର କହିଛନ୍ତି।

Panda Mobile only

ମିଳିଥିବା ସୂଚନା ଅନୁଯାୟୀ ୭ଟି ସରକାରୀ ମେଡିକାଲ କଲେଜରେ ୯୫ଟି ଓ ଭୁବନେଶ୍ୱର ହାଇଟେକ୍‌ ମେଡିକାଲ କଲେଜରେ ୩୫ଟି ଏମ୍‌ବିବିଏସ୍‌ ସିଟ୍‌ ବଳକା ରହିଛି। କଟକ ଏସ୍‌ସିବି ମେଡିକାଲ କଲେଜରେ ୫ଟି ଏମ୍‌ବିବିଏସ୍‌ ସିଟ୍‌ ବଳକା ରହିଥିବା ବେଳେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ୨୭, ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜରେ ୨୬, ବାରିପଦା ମେଡିକାଲ କଲେଜରେ ୧୧, କୋରାପୁଟ ମେଡିକାଲ କଲେଜରେ ୧୪, ବାଲେଶ୍ୱର ଓ ବଲାଙ୍ଗୀରରେ ୬ଟି ଲେଖାଏ ସିଟ୍‌ ଖାଲି ରହିଛି। ସେହିପରି ଏସ୍‌ସିବି ଡେଣ୍ଟାଲ କଲେଜରେ ୧୨ ଓ ହାଇଟେକ୍‌ରେ ୯୦ଟି ବିଡିଏସ୍‌ ସିଟ୍‌ ଖାଲି ରହିଥିବା ନେଇ ଓଜେଇଇ ସଚିବ ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି। ଏହି ସିଟ୍‌ଗୁଡ଼ିକ ପୂରଣ ପାଇଁ ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ତଥା ମପ୍‌ ଅପ୍‌ କାଉନସେଲିଂ କରାଯିବ। ଅଗଷ୍ଟ ୨୬ ସୁଦ୍ଧା ଛାତ୍ରଛାତ୍ରୀ ମେଡିକାଲ କଲେଜରେ ଯୋଗଦେବେ। ସେପ୍ଟେମ୍ବର ୧ରୁ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.