କୋଣାର୍କ ନାଟ୍ୟ ଉତ୍ସବକୁ ନେଇ ବିବାଦ: ଧାରା ୧୪୪ ଲାଗୁ

କୋଣାର୍କ: ଅର୍କକ୍ଷେତ୍ର ‘କୋଣାର୍କ’ରେ ନାଟ୍ୟ ଉତ୍ସବକୁ କେନ୍ଦ୍ର କରି ମଙ୍ଗଳବାର ପ୍ରବଳ ବିବାଦ ସୃଷ୍ଟି ହୋଇଛି। ଏଠାରେ ୩୩ତମ ନାଟ୍ୟ ଉତ୍ସବକୁ ନେଇ ୨ଟି ପରିଚାଳନା କମିଟି ମଧ୍ୟରେ ବିବାଦ ଉପୁଜିଥିବା ଜଣାପଡ଼ିଛି। ପରିସ୍ଥିତି ବିଗିଡ଼ିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗୁ କରି ଦିଆଯାଇଛି। ଏହା ଗୋଟିଏ ମାସ ପାଇଁ ଜାରି ରହିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ କୋଣାର୍କ ନାଟ୍ୟ ଉତ୍ସବ ଆଜିଠାରୁ ୩ ଦିନ ଯାଏଁ ଆୟୋଜନ ହେବାର କାଯ୍ୟକ୍ରମ ଥିଲା। ଗୁରୁ ଗଙ୍ଗାଧରଙ୍କ ନାଟ୍ୟମଣ୍ଡପରେ ନାଟ୍ୟ ଉତ୍ସବ ଅନୁଷ୍ଠିତ ହେବାର ଥିଲା।

ସମ୍ବନ୍ଧିତ ଖବର