ଜବତ ଗାଡ଼ି ଥାନାରୁ ଉଭାନ : ମାଲ୍‌ ଖଲାସ କରି ନେଇଗଲେ, ଖାଲି ଗାଡ଼ି ଧରି ପୁଲିସ ଫେରିଲା

କୋରେଇ/ପାଣିକୋଇଲି : ଜବତ ମାଲ୍‌ ବୋଝେଇ ଗାଡ଼ି ଥାନାରୁ ଉଭାନ ହୋଇଯାଇଥିଲା। ବହୁ ଖୋଳତାଡ଼ ପରେ ଆଜି ପୁଲିସ ଭଦ୍ରକରୁ (ଓଡ଼ି ୧୯ ସି ୫୨୭୫ ଏବଂ ଓଡି ୦୫ ପି ୪୨୧୬) ନମ୍ବର ଗାଡ଼ି ଦୁଇଟିକୁ ପୁଲିସ ଉଦ୍ଧାର କରିଥିବା ବେଳେ ଅନ୍ୟ ଏକ ଗାଡ଼ି (ଓଡି ୦୧ ୟୁ ୬୭୯୫ ) ଏବେ ବି ମିଳିନି। ଏହାକୁ ନେଇ ଏବେ ପୁଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ତହସିଲଦାର ସପନକୁମାର ନନ୍ଦ ପୁଲିସକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ ଖୋଦ୍‌ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ମାଫିଆମାନେ ନାଲିଆଖି ଦେଖାଇବା ପରେ ସାରା ଜିଲ୍ଲାରେ ଚଢ଼ଉକୁ ଜୋରଦାର କରାଯାଇଥିଲା। ଗତ ୭ ତାରିଖ ରାତିରେ ଚଢ଼ଉ କରି ବ୍ୟାସନଗର ତହସିଲଦାର ସପନକୁମାର ନନ୍ଦ ଓଭରଲୋଡ଼ ନେଇ ଯାଉଥିବା ୩ଟି ଗାଡ଼ିକୁ ଜବତ କରିଥିଲେ। ଜବତଗାଡ଼ିଗୁଡ଼ିକୁ ପୁଲିସ ଜିମା ଦେଇ ଫେରିଥିଲେ। ପରଦିନ ଫାଇନ୍‌ କାଟିବାର ଥିବା ବେଳେ ସେଦିନ ରାତିରେ ଗାଡ଼ି ୩ଟି ଥାନା ଆଗରୁ ଚମ୍ପଟ ମାରିଥିଲା। ଖସିପଳାଇଥିବା ୩ଟି ଟ୍ରକରୁ ୧୦ ତାରିଖ ବିଳମ୍ବିିତ ରାତିରେ ୨ଟି ଟ୍ରକକୁ ପାଣିକୋଇଲି ଥାନା ଏସଆଇ ଅଶୋକ କୁମାର ସ୍ୱାଇଁ ଠାବ କରି ଥାନାକୁ ଆଣିଛନ୍ତି। ଏଥି ସହିତ ଦୁଇ ଗାଡି ଚାଳକଙ୍କୁ ଥାନାରେ ଅଟକ ରଖିଛନ୍ତି। ସେମାନଙ୍କୁ ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର