ଆତ୍ମରକ୍ଷା ମାଷ୍ଟର୍ସ ଟ୍ରେନରର୍ସ ଟ୍ରେନିଂରେ ୬୮ ଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ୬୮ ଜଣ ଛାତ୍ରୀ ଆତ୍ମରକ୍ଷା ମାଷ୍ଟର ଟ୍ରେନରର୍ସ ଟ୍ରେନିଂରେ କୃତକାର୍ଯ୍ୟ ହୋଇଛନ୍ତି। ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡଃ ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଥମ ବ୍ୟାଚ୍‌ରେ ଏହି ଛାତ୍ରୀମାନେ ଯୋଗ ଦେଇଥିଲେ। କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ ସାର୍ଟିଫିକେଟ୍‌ ଓ ରିଏକ୍ଟ ବହି ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରୁ ବହୁ ଶିକ୍ଷା ମିଳିଛି, ଯାହାକି ଭବିଷ୍ୟତରେ କାମରେ ଆସିବ ବୋଲି ସମସ୍ତ ଛାତ୍ରୀ ବର୍ଣ୍ଣନା କରିଥିଲେ।

ଅମ୍ରିତା ଦାସ, ଦୀପା କୁମାରୀ ନାୟକ, ସୁପ୍ରଭା ମହାରଣା, ସୁନନ୍ଦ ଦାସ, ପିଙ୍କି ପ୍ରଧାନ, ଶୁଭଲକ୍ଷ୍ମୀ ନାୟକ, ଦୀପ୍ତିମୟୀ ସାହୁ, ଲଳିତା ପଧାନୀ, ପରିଣୀତା ଶବର, ନମିତା କରଡ଼ା, ଉଷାରାଣୀ ଗୌଡ, ସସ୍ମିତା ପଟ୍ଟନାୟକ, ମୋନାଲିସା ପାତ୍ର, ମୋନାଲିସା ବାରିକ, ଅଧିକାରୀ ମୋନାଲିସା ଦାଶ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ସ୍ୱର୍ଣ୍ଣପ୍ରଭା ସାହୁ, ସସ୍ମିତା ଲେଙ୍କା, ଅର୍ପିତା ପ୍ରିୟଦର୍ଶିନୀ ପାତ୍ର, ନନ୍ଦିନୀ ନାୟକ, ପ୍ରଜ୍ଞା ପରିମିତା ବେହେରା, ଶିବାନୀ ସାହୁ, ସୋନାଲି ସାହୁ, ଲକ୍ଷ୍ମୀପ୍ରିୟା ମେହେର, ଦେବକୀ ବେହେରା, ରମଣୀ କରଣ, ମାନସୀ ମଲ୍ଲିକ, ଚନ୍ଦ୍ରକାନ୍ତି ପଲିତା, ପ୍ରେମାମଣି ପ୍ରଧାନ ଆଦିଙ୍କୁ ସାର୍ଟିଫିକେଟ ଦିଆଯାଇଛି।

ସମ୍ବନ୍ଧିତ ଖବର