ପରିବେଶ ଓ ଔଷଧୀୟ ବୃକ୍ଷଲତା ଉପରେ କର୍ମଶାଳା

ଭୁବନେଶ୍ବର : ସୁସ୍ଥ ପରିବେଶ ଓ ସ୍ବାସ୍ଥ୍ୟରକ୍ଷା ପାଇଁ ଔଷଧୀୟ ବୃକ୍ଷଲତା ଉପରେ ଏକ ଆଲୋଚନାଚକ୍ର ଓ କର୍ମଶାଳା ଓଡ଼ିଶା ଆୟୁର୍ବେଦ ସେବା ସଂସ୍ଥା ପକ୍ଷରୁ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଦୀନବନ୍ଧୁ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ଉଦ୍ଭିଦ ବିଜ୍ଞାନୀ ଦୀନବନ୍ଧୁ ମିଶ୍ର ପରିବେଶବିତ ଡ. ଭାଗୀରଥି ବେହେରା, ଗବେଷକ ଡ. ବାବାଜୀ ଚରଣ ପଟ୍ଟନାୟକ, ଡାକ୍ତର ଗୁରୁ ମହାନ୍ତି ଓ ଡାକ୍ତର ମୀନତି ମହାରଣା ଓ ଡା. ଦିବ୍ୟଜ୍ୟୋତି ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସାରେ ବୃକ୍ଷଲତାର ଉପଯୋଗ ଉପରେ ଆଲୋଚନା କରିଥିଲେ। ଏ ଅବସରରେ ସ୍ବାସ୍ଥ୍ୟ ସନ୍ଦେଶ ସ୍ମରଣିକା ଉନ୍ମୋଚନ ହୋଇଥିଲା।

ସମ୍ବନ୍ଧିତ ଖବର