ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଚିତ୍ରା ଅରମୁଗମ୍‌ଙ୍କୁ ରାଜ୍ୟ ସରକାର ଆଜି ବଦଳି କରିଛନ୍ତି। ତାଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜାତୀୟ ଗ୍ରାମ୍ୟ ଜୀବନ ଜୀବିକା ମିସନ (ଏନ୍‌ଆର୍‌ଏଲ୍‌ଏମ୍‌) ର ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ ଏଣଇକି ଶିଳ୍ପ ନିର୍ଦେଶକ ଭାବେ କାର୍ଯ୍ୟ କରିବେ। ସେଠାରେ ଥିବା ସ୍ମୃତି ରଂଜନ ପ୍ରଧାନଙ୍କୁ ପ୍ରଣବଙ୍କ ସ୍ଥାନରେ ଏନ୍‌ଆର୍‌ଏଲ୍‌ଏମ୍‌ ନିର୍ଦେଶ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର