ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ମଧୁସୂଦନ ପାଢ଼ୀ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ସ୍ତରରେ ଗୁରୁବାର ଛୋଟ ଧରଣର ଅଦଳବଦଳ ହୋଇଛି। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତି କରାଯାଇଛି। ପୂର୍ବରୁ ଏହି ପଦରେ ସି.କେ ଭେଣୁଗୋପାଳ ନିଯୁକ୍ତ ଥିଲେ। ଆଇଏଏସ ଭେଣୁଗୋପାଳଙ୍କୁ ସୂଚନା ପ୍ରଯୁକ୍ତି ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ଅନ୍ୟତମ ଆଇଏଏସ୍‌ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ପରିବହନ କମିସନର ଅତିରିକ୍ତ ଦାୟିତ୍ୱ ମିଳିଛି।

ସମ୍ବନ୍ଧିତ ଖବର