ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲ ଅସୁସ୍ଥ

କେନ୍ଦ୍ରାପଡ଼ା :ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ତୃତୀୟ ଥର ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଘୋଷଣା କରି ସାରିଛନ୍ତି । ଇତିମଧୢରେ ଦୁଇ ଦିନ ବିତିଥିଲେ ସୁଦ୍ଧା ବେଦୁବାବୁ ତାଙ୍କ ଟିକେଟ୍‌ ଆଣିବାକୁ ଯାଇ ପାରି ନାହାନ୍ତି । ଗତକାଲି ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ ବେଦୁଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇ କହିଥିଲେ ତାଙ୍କ ପତ୍ନୀ ନବୀନ ନିବାସ ଯାଇ ବେଦୁ ଅସୁସ୍ଥ ଥିବାରୁ ପୁଅ କିମ୍ବା ଝିଅକୁ ଟିକେଟ୍‌ ଦିଆଯାଉ ବୋଲି ଅନୁରୋଧ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ସେ ବର୍ତମାନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଆଜି ରାତିରେ ବେଦୁ ବାବୁଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଏନେଇ ଯୋଗାଯୋଗ କରାଯିବା ପରେ ସେ ଅସୁସ୍ଥ ଥିବା ବିଷୟକୁ ସ୍ବୀକାର କରିଛନ୍ତି। କିନ୍ତୁ ସଫେଇ ଦେଇ ସେ କହିଛନ୍ତି ଗତ କିଛି ଦିନ ହେବ ବେଦୁ ବାବୁଙ୍କ ଭାଇରାଲ୍‌ ଫିଭର ହୋଇଛି । ଯେଉଁ କାରଣରୁ ପୂର୍ବରୁ ଦୁର୍ଘଟଣାରେ ଜଖମ ଥିବା ତାଙ୍କ ଦୁଇ ଗୋଡ଼ ପ୍ରଭାବିତ ହୋଇଛି । ଗୋଡ଼ ପାଦ ଦୁଇଟି ଫୁଲି ଯାଇଥିବାରୁ ସେ ଚାଲି ପାରୁ ନାହାନ୍ତି। ଖୁବ୍‌ ଶୀଘ୍ର ସୁସ୍ଥ ହେବା ପରେ ସେ ନବୀନ ନିବାସ ଯାଇ ତାଙ୍କ ଟିକେଟ୍‌ ଆଣିବେ । ଏହାକୁ ନେଇ କୌଣସି ହଟଚମଟ କରାଯିବା ଠିକ୍‌ ନୁହଁ ।

ସମ୍ବନ୍ଧିତ ଖବର