ବରିଷ୍ଠ ପୁଲିସ ଅଫିସର ସ୍ତରରେ ବଦଳି

କଟକ: ରାଜ୍ୟ ପୁଲିସ ବିଭାଗରେ ଆଜି ପୁଣି ବରିଷ୍ଠ ପୁଲିସ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି। ଅତିରିକ୍ତ ଏସ୍‌ପି, ଡିଏସ୍‌ପି ଏବ˚ ଇନ୍‌ସ୍ପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ବୈଠକରେ ଏ ସ˚କ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଏସ୍‌ପି ଦିଲ୍ଲୀପ ଚନ୍ଦ୍ର ବାଗଙ୍କୁ କେନ୍ଦୁଝର ବଡ଼ବିଲ, ଶୁଭ୍ରା˚ଶୁ ଶେଖର ମିଶ୍ରଙ୍କୁ ଗଞ୍ଜାମ ଭଞ୍ଜନଗର, ଉତ୍କଳ କେଶରୀ ଦାସଙ୍କୁ ଗଞ୍ଜାମ, ଅମର କୁମାର ନାୟକଙ୍କୁ ସମ୍ବଲପୁର, ନାରାୟଣ ଚନ୍ଦ୍ର ବାରିକଙ୍କୁ କୋରାପୁଟ, ରବିନ୍ଦ୍ର ନାଥ ଶତପଥୀଙ୍କୁ ଯାଜପୁର, ଅସିମ କୁମାର ପଣ୍ତାଙ୍କୁ ପାନପୋସି, ଅନୁପ କୁମାର କାନୁନଗୋଙ୍କୁ କଟକ, ନୃପ ଚନ୍ଦ୍ର ଦଣ୍ତସେନାଙ୍କୁ ଝାରସୁଗୁଡ଼ା, ରାମ ପ୍ରସାଦ ସାହୁଙ୍କୁ ସୁନ୍ଦରଗଡ଼, କିଶୋର ଚନ୍ଦ୍ର ଦାସଙ୍କୁ କମିସନରେଟ୍‌ ପୁଲିସ, ଅଶୋକ କୁମାର ବେହେରାଙ୍କୁ ନୟାଗଡ଼କୁ ବଦଳି କରାଯାଇଛି। ସେହିପରି ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାସଙ୍କୁ କୋରାପୁଟ ବଦଳି କରାଯାଇଛି। ଏସ୍‌ଡିପିଓ ସତ୍ୟନାରାୟଣ ଦାସଙ୍କୁ ଅତିରିକ୍ତ ଏସ୍‌ପି ଜୟପୁର ଭାବେ ପଦୋନ୍ନତି ପରେ ବଦଳି କରାଯାଇଛି। ଅତିରିକ୍ତ ଡିସିପି ପ୍ରାଣଧନ ମହାପାତ୍ରଙ୍କୁ ଏଆଇଜି କଟକ, ଅତିରିକ୍ତ ଡିସିପି ମାୟାଧର ସେଠୀଙ୍କୁ ବ୍ରହ୍ମପୁର, ତପନ କୁମାର ପଟ୍ଟନାୟକଙ୍କୁ ଅତିରିକ୍ତ ଏସ୍‌ପି ବାଲେଶ୍ବର ବଦଳି କରାଯାଇଛି। କମିସନରେଟ୍‌ ପୁଲିସର ଅତିରିକ୍ତ ଡିସିପି ତ୍ରିନାଥ ପଟେଲ୍‌ଙ୍କ ବାଲେଶ୍ବର ବଦଳିକୁ ବାତିଲ କରାଯାଇଛି। ଅତିରିକ୍ତ ଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କୁ କଟକ, ପ୍ରମୋଦ କୁମାର ସାମନ୍ତରାୟଙ୍କୁ କମିସନରେଟ୍‌ ପୁଲିସକୁ ବଦଳି କରାଯାଇଛି।

ଅନ୍ୟପଟେ ବଦଳି ହୋଇଥିବା ୧୩ ପୁଲିସ ଇନ୍‌ସ୍ପେକ୍ଟର ଅନିତା ପ୍ରଧାନଙ୍କୁ ସମ୍ବଲପୁର, ଅରୁଣ କୁମାର ସ୍ବାଇଁଙ୍କୁ କମିସନରେଟ୍‌ ପୁଲିସ, ଆଶୁତୋଷ ମିଶ୍ରଙ୍କୁ କମିସନରେଟ୍‌ ପୁଲିସ, ଭାବନନ୍ଦ ପ୍ରଧାନଙ୍କୁ ବ୍ରହ୍ମପୁର, ବିଜୟ କୁମାର ମୁର୍ମୂଙ୍କୁ ଭଦ୍ରକ, ବିଜୟୀନି ମାଳାଙ୍କୁ ଯାଜପୁର, ଯୋଗେଶ୍ବର ପଣ୍ତାଙ୍କୁ ବଲାଙ୍ଗୀର, ଲୋକେଶ୍ବର ସାହୁଙ୍କୁ ସୋନପୁର, ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କୁ ଗଞ୍ଜାମ, ରମେଶ ଚନ୍ଦ୍ର ସି˚ହଙ୍କୁ ଭଦ୍ରକ, ସକୁନ୍ତଳା ପତିଙ୍କୁ ପୁରୀ, ସାରଦା ପ୍ରସନ୍ନ ଦାସଙ୍କୁ ବ୍ରହ୍ମପୁର, ତାପସ ଚନ୍ଦ୍ର ପ୍ରଧାନଙ୍କୁ ଭଦ୍ରକ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର