କାକଟପୁର ମଙ୍ଗଳା ମନ୍ଦିରରେ ସେବାୟତଙ୍କ ଧାରଣା; ମଙ୍ଗଳବାର ବନ୍ଦ କରିବେ ୪ ଦ୍ୱାର 

କାକଟପୁର : କାକଟପୁର ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ସେବାୟତଙ୍କ ମାଡ ବିବାଦ ଘନେଇବାରେ ଲାଗିଛି । ପୁଲିସ ଓ ସେବାୟତଙ୍କ ମଧ୍ୟରେ  ଆଲୋଚନା ବିଫଳ ହେବା ପରେ ଧାରଣା ଜାରି ରଖିଛନ୍ତି ସେବାୟତ । ସେବାୟତଙ୍କ ପକ୍ଷରୁ କୁହାଯାଇଛି,  ପ୍ରତିବାଦ ଜାରି ରହିବା ସହ କାଲିଠୁ ଭକ୍ତଙ୍କ ପାଇଁ ମଙ୍ଗଳା ମନ୍ଦିରର ୪ ଦ୍ୱାର ବନ୍ଦ କରାଯିବ । ସେପଟେ ଭକ୍ତଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିବା ୩ ସେବାୟତଙ୍କୁ ଆଜି ଜାମିନ ପ୍ରଦାନ କରାଯାଇଛି ।
କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ମହିଳା ଭକ୍ତଙ୍କୁ ସେବାୟତଙ୍କ ମାଡ ଘଟଣାକୁ ନେଇ ଅଭିଯୋଗ ପରେ ସେବାୟତଙ୍କୁ ଗିରଫ କରାଯାଇଥିଲା । ଏହାକୁ ମନ୍ଦିରର ସେବାୟତମାନେ ବିରୋଧ କରି ମନ୍ଦିର ସାମନାରେ ଧାରଣା ଦେଇଛନ୍ତି । ଗତକାଲି ମଙ୍ଗଳାଙ୍କ ଦର୍ଶନ ପାଇଁ ପୁରୀରୁ ୨ ଜଣ କନଷ୍ଟେବଳଙ୍କ ପରିବାର ଆସିଥିବା ବେଳେ ମନ୍ଦିର ଜଗମୋହନ ନିକଟରେ ସେବାୟତମାନେ ସେମାନଙ୍କୁ ଅଟକାଇ କେଉଁଠୁ ଆସିଛ ବୋଲି ବାରମ୍ବାର ପଚାରିଥିଲେ । ପରେ ଦକ୍ଷିଣା ମାଗିବା ବେଳେ ଉଭୟ ପକ୍ଷ ମଧ୍ୟରେ ଝମେଲା ହୋଇଥିଲା । କିଛି ସେବାୟତ ମହିଳାଙ୍କୁ ଠେଲାପେଲା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ପୂରା ଘଟଣାର ଚିତ୍ର କଏଦ ହୋଇଛି ସିସିଟିଭିରେ ।
ଏହି ଘଟଣା ପରେ କନଷ୍ଟେବଳଙ୍କ ପରିବାର ପକ୍ଷରୁ କାକଟପୁର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ୩ ଜଣ ସେବାୟତଙ୍କୁ ଗିରଫ କରିଥିଲା । ତେବେ ଏହା ଏକପାଖିଆ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ଆଜି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ ନକରିବାକୁ ମା’ ମଙ୍ଗଳା ସେବକ ସମିତିର ବୈଠକରେ ସେବାୟତମାନେ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ନେଇଥିଲେ ।
ସମ୍ବନ୍ଧିତ ଖବର