କରୋନା ନିୟମ ଉଲଂଘନ: ୭ ଗିରଫ, ଗଞ୍ଜାମରେ ୪୭ ମାମଲା

ବ୍ରହ୍ମପୁର/ଫୁଲବାଣୀ/ଭବାନୀପାଟଣା: କରୋନା ନିୟମ ଉଲଂଘନ କରି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ ୩ ଜଣ ଗିରଫ ହୋଇଥିବା ବେଳେ କନ୍ଧମାଳରେ ୪ ଜଣ ଗିରଫ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ କରୋନା ଗାଇଡ଼ଲାଇନ ଉଲଂଘନ କରି ଟାଉନ ଥାନା ପୁଲିସ ଦ୍ୱାରା ୩ଜଣ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରର କଲେଜ ଛକ ନିକଟରେ ଜିଲ୍ଳା ପ୍ରଶାସନର ବାରଣ ସତ୍ତ୍ୱେ ଚାହା ଦୋକାନ ଖୋଲା ରଖିଥିବା ଅଭିଯୋଗରେ ଦୋକାନ ମାଲିକ ଟିଭିସେଣ୍ଟର ପଡ଼ାର କୁରୁକ୍ଷେତ୍ର ବେମାଲ(୬୦)ଙ୍କୁ ପୁଲିସ ଗିରଫ କରିଛି। ଭବାନୀପାଟଣା ସହରସ୍ଥିତ ନୂଆପଡାର ସୌରଭ ମିଶ୍ର(୨୧) ସୋସିଆଲ ମିଡିଆରେ କରୋନା ଉପରେ ବିଭ୍ରାନ୍ତିକର ପୋଷ୍ଟ କରି ଭାଇରାଲ କରିଥିଲେ। ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି । ସହରର ପ୍ରଦେଶୀପଡାର ମହମ୍ମଦ ହାସିବ(୨୧) ମ୍ୟୁନିସିପାଲଟି କାର୍ଯ୍ୟାଳୟ ନିକଟରେ ଚଢ଼ା ଦରରେ ମାକ୍ସ ବିକ୍ରି କରୁଥିଲେ। ଟାଉନଥାନା ପୁଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଏହି ୩ଜଣଙ୍କ ଗିରଫ ନେଇ ସହରରେ ଆଲୋଡନ ସୃଷ୍ଟି ହୋଇଛି।

ଗଂଜାମ ପୁଲିସ ଜିଲ୍ଲାରେ ୮୦ ଜଣ ଉଲଂଘନକାରୀଙ୍କ ନାମରେ ୩୯ଟି ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୮ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର