ଏସ୍‌ସିବିରେ ୭ ଡେଙ୍ଗୁ ରୋଗୀ

କଟକ : କଟକ ବଡ଼ ମେଡିକାଲରେ ଆଜି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି ୩ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ଜଣଙ୍କ ରକ୍ତ ନମୁନାରୁ ଡ଼େଙ୍ଗୁ ଚିହ୍ନଟ ହୋଇଛି। ଆଜି ୨୬ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୨ଟିରେ ଡ଼େଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା। ସେହି ଦୁଇ ଜଣ ହେଉଛନ୍ତି ଯାଜପୁର ଜିଲ୍ଲାର। ତେବେ ଆଜିସୁଦ୍ଧା ୭ ଜଣ ଡେଙ୍ଗୁ ରୋଗୀ ଓ୍ଵାର୍ଡ଼ରେ ଥିବାବେଳେ ଜଣେ ଆଇସିୟୁରେ ଅଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୬ମାସରେ କେବଳ କଟକ ଜିଲ୍ଲାରେ ୧୫ରୁ ଅଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି।

ସମ୍ବନ୍ଧିତ ଖବର